ସାତକୁଟୁଣିଆ ଜଙ୍ଗଲରେ ନିଆଁ

ଚମ୍ପୁଆ: ଚମ୍ପୁଆ ଏନ୍‌ଏସି ଅଧୀନ ସାତକୁଟୁଣିଆ ଜଙ୍ଗଲରେ ଆଜି ନିଆଁ ଲାଗିଥିବା ଦେଖିବାକୁ ମିଳିଛି। କୌଣସି ଦୁର୍ବୃତ୍ତ ଜଙ୍ଗଲରେ ନିଆଁ ଲଗାଇ ଦେଇଥିବା ଆଶଙ୍କା କରାଯାଉଛି। ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି।

କିନ୍ତୁ କିଛି ଅମାନିଆ ଜାଣିଶୁଣି ଜଙ୍ଗଲରେ ନିଆଁ ଲଗାଉଥିବାରୁ ବନ କର୍ମଚାରୀମାନେ ନାକେଦମ ହେଉଛନ୍ତି।

ସମ୍ବନ୍ଧିତ ଖବର