ଚମ୍ପୁଆ: ଏକ ଚଳନ୍ତା ସ୍କୁଟିରେ ଅଚାନକ ନିଆଁ ଲାଗିଯାଇଥିବା ବେଳେ ସେଥିରେ ଯାତ୍ରା କରୁଥିବା ଦୁଇ ମହିଳା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ ଆମ୍ଲାନି ଗୋଡ଼ାର ଆଶା ଦିଦି ଗୌରୀ ପେଣ୍ଠେଇ ଆଜି ସକାଳ ୧୦ଟା ବେଳେ ଏକ ସ୍କୁଟି(ଓଡି ୦୯ ଇ ୯୦୨୧)ରେ ଚମ୍ପୁଆ ଡାକ୍ତରଖାନାକୁ ଯାଉଥିବା ବେଳେ ରଜିଆ ନିକଟରେ ସ୍କୁଟିରେ ନିଆଁ ଲାଗି ଯାଇଥିଲା।
ପଛରୁ ଆସୁଥିବା ଏକ ବୋଲେରୋ ଗାଡ଼ିରେ ଥିବା ଲୋକମାନେ ସୂଚନା ଦେବାରୁ ଏମାନେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ଚମ୍ପୁଆ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ସ୍କୁଟିଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/25-25.jpg)