ବନ୍ୟା ବିପନ୍ନଙ୍କୁ ଉଦ୍ଧାର ପାଇଁ ଯାଉଥିବା ବୋଟ ଦୁର୍ଘଟଣା ଗ୍ରସ୍ତ; ଅଳ୍ପକେ ବର୍ତିଲେ ଅଗ୍ନିଶମ କର୍ମଚାରୀ, ସାମ୍ବାଦିକ ଏବଂ ସରପଂଚ

ଚାନ୍ଦବାଲି : ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ପଂଚାୟତ ଇଟାଗୁଠ ଗାଁର ବିପଦ ବାରିକଙ୍କ ୪ବର୍ଷର ପୁଅ ଦେହ ଅସୁସ୍ଥ ଥିବାରୁ ପାଇପ ବାଟେ ପରିସ୍ରା କରୁଛି । ତେବେ ବନ୍ୟା ଭିତରେ ରହିଥିବା ବେଳେ ତାଙ୍କ ଦେହ ଅସୁସ୍ଥ ହୋଇଯାଇଥିବାରୁ ସେ ତୁରନ୍ତ ସହାୟତା ପାଇଁ ସ୍ଥାନୀୟ ସରପଂଚଙ୍କ ସହ ଯୋଗାଯୋଗ କରିଥିଲେ । ସରପଂଚ ମନୋଜ ଅଗ୍ନିଶମ ବିଭାଗ ଟିମ ସହିତ ଯୋଗାଯୋଗ କରିଥିବା ବେଳେ ଦମକଳ କେନ୍ଦ୍ର ମୁଖ୍ୟ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସାହୁ ସଦଳ ବଳେ ବୋଟ ଯୋଗେ ବନ୍ୟା ମଧ୍ୟରେ ଫସିରହିଥିବା ବିପନ୍ନଙ୍କୁ ଉଦ୍ଧାର କରିବାକୁ ଯାଉଥିବା ବେଳେ ବାଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ବୋଟରେ ବସିଥିବା ଅଗ୍ନିଶମ ଅଧିକାରୀଙ୍କ ସମେତ ୩ ଜଣ କର୍ମଚାରୀ ଏବଂ ନାଲଗୁଣ୍ଡା ସରପଂଚ ଏବଂ ସାମ୍ବାଦିକ ଅରୁଣ ସାହୁ ଏହି ଦୁର୍ଘଟଣାରେ ଶିକାର ହୋଇ ଅଳ୍ପକେ ବର୍ତିଯାଇଥିଲେ । ଦୁର୍ଘଟଣା ସ୍ଥଳରେ ଅଳ୍ପ ପାଣି ଥିବାରୁ ବର୍ତିଯାଇଥିବା ବେଳେ ବୋଟଟି ପାଣି ମଧ୍ୟରେ ଥିବା ଘାସମୂଳରେ ଲାଗି ଭାଙ୍ଗିଯାଇଥିଲା ।

ତେବେ ବୋଟ ଭାଙ୍ଗିଯାଇଥିବା ସ୍ଥାନରୁ ଦୀର୍ଘ ୧କିମି ପାଣି ମଧ୍ୟରେ ଚାଲିଚାଲି ଆସିଥିବା ବେଳେ ବନ୍ୟା ବିପନ୍ନଙ୍କୁ ରିଲିଫ ଦେଉଥିବା ସାମାଜିକ ଅନୁଷ୍ଠାନ ପ୍ରଗତି ଯୁବକସଂଘର ଗାଡ଼ି ସାହାର୍ଯ୍ୟରେ କୂଳକୁ ଆସିଥିଲେ । ତେବେ ନିଶ୍ଚିତ ଏବ ବଡ଼ ଦୁର୍ଘଟଣାରୁ ବର୍ତିଯାଇଥିବା ଜଣାପଡ଼ିଛି । ଦୁର୍ଘଟଣାଗ୍ରସ୍ତ ହେବା ପରେ ବୋଟଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ତ୍ୱରାନିିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପୁଣି ଏକ ବୋଟ ଯୋଗାଇ ଦେଇଥିବା ସୂଚନା ମିଳିଛି । ଅନ୍ୟପଟେ ସ୍ଥାନୀୟ ଅଂଚଳର ଜଣେ ଘରୋଇ ଫାର୍ମାସିଷ୍ଟଙ୍କୁ ଡ଼କାଇ ଶିଶୁର ପରିସ୍ରା ପାଇପ ଲଗାଯାଇଥିଲା ।

ସମ୍ବନ୍ଧିତ ଖବର