ଖୋର୍ଦ୍ଧା: ବେଆଇନ୍ ଚୋରୁ ଚାଲାଣଙ୍କୁ ନେଇ ଖୋର୍ଦ୍ଧାରେ ଆଜି ସନ୍ଧ୍ୟାରେ ଉତ୍ତେଜନା ପ୍ରକାଶ ପାଇଛି। ଗୋରୁ ଚାଲାଣକୁ ବିରୋଧ କରି ଛନଗିରିରେ ଉତ୍ତେଜନକାରୀମାନେ ୭ରୁ୮ ଗାଡି ପୋଡି ଦେଇଛନ୍ତି। ଏଥି ସହିତ ଚାରିଟି ଦୋକାନରେ ମଧ୍ୟ ଅଗ୍ନି ସଂଯୋଗ କରିଦିଆଯାଇଛି।
ସୂଚନା ଅନୁସାର ଆଜି ସନ୍ଧ୍ୟାରେ ଖୋର୍ଦ୍ଧାର ଛନଗିରି ଦେଇ ୭ରୁ୮ଟି ଗାଡ଼ିରେ ବେଆଇନ୍ ଗୋରୁଚାଲାଣ କରାଯାଉଥିଲା। ସ୍ଥାନୀୟ ଲୋକେ ଏବାବଦରେ ସୂଚନା ପାଇଁ ଗୋରୁଗାଡ଼ିକୁ ଅଟକାଇଥିଲେ। ଗାଡ଼ିରୁ ଗୋରୁମାନଙ୍କୁ ଛାଡ଼ି ଦେଇଥିଲେ। ଏହା ପରେ ନିଆଁ ଲଗାଇ ଦେଇଥିଲେ। ଅଭିଯୁକ୍ତମାନଙ୍କର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଛି। ଫଳରେ ଯାତାୟତ ପ୍ରଭାବିତ ହୋଇଛି।
ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଉତ୍ତେଜନାକାରୀଙ୍କୁ ବୁଝାସୁଝା କରୁଛି। ଅନ୍ୟପଟରେ ଜାତୀୟ ରାଜପଥରେ ଶହଶହ ଗାଡ଼ି ଅଟକି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/d8fbe726-cff6-4484-af92-b27d06125fff.jpeg)