ପାଳଗଦାରୁ ଜଙ୍ଗଲକୁ ବ୍ୟାପିଲା ନିଆଁ

ଚମ୍ପୁଆ : ପାଳଗଦାରେ ନିଆଁ ଲାଗି ତାହା ଚମ୍ପୁଆ ବ୍ଲକ ଅଧୀନସ୍ଥ କାଟୁଳି କନା ଗ୍ରାମ ଜଙ୍ଗଲକୁ ବ୍ୟାପି ଯାଇଛି। ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରି ବିଫଳ ହେବାରୁ ଚମ୍ପୁଆ ଦମକଳ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଆୟତ୍ତକୁ ଆଣିପାରିଛି। ଗ୍ରାମଟି ଜଙ୍ଗଲ ସହିତ ଲାଗି ଥିବାରୁ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଥିଲେ। କିଛି ଦିନ ପୂର୍ବରୁ ଏହି ଜଙ୍ଗଲରେ ନିଆଁ ଲାଗି ଥିବାରୁ ବନ ବିଭାଗ ନିଆଁ ଲିଭାଇ ଥିଲେ।

ସମ୍ବନ୍ଧିତ ଖବର