ବଅଁରପାଳ: ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ନିକଟସ୍ଥ ଆଜି ସକାଳ ପ୍ରାୟ ୭ଟା ସମୟରେ ମେରାମଣ୍ଡଳି ଗ୍ରୀଡକୋରେ ୩୧୫ଏମଭିଏ ଟ୍ରାନ୍ସଫର୍ମରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଥିଲା। ଡି.ସି ସିଂ, ସଞ୍ଜୟ ସାମଲ, ଅମୁଲିଆ ସେଠୀ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ନେଇ ଟାଟା ଷ୍ଟିଲ ବିଏସଏଲର ଅଗ୍ନି ନିରାପତ୍ତା ଦଳ ଏଭିପି, ସୁରକ୍ଷା ଆରମ୍ଭରୁ ନିଆଁକୁ ଆୟତ୍ତ କରିଥିଲେ ଏବଂ ଅନ୍ୟମାନଙ୍କର ସହଯୋଗରେ ଏହାକୁ ୨ ଘଣ୍ଟା ମଧ୍ୟରେ ନିୟନ୍ତ୍ରଣକୁ ଆଣିଥିଲେ।
ଅଗ୍ନିଶମ ବାହିନୀ ଟାଟା ଷ୍ଟିଲ ବିଏସଏଲରୁ ଦୁଇଟି, ଓଡ଼ିଶା ସରକାରଙ୍କ ଦୁଇଟି, ଜେଏସପିଏଲ ଓ ଜିଏମଆରରୁ ଗୋଟିଏ ଲେଖାଏଁ ଘଟଣାସ୍ଥଳରେ ଦମକଳବାହିନୀ ନିୟୋଜିତ କରାଯାଇଥିଲା। ଏହି ଅଗ୍ନିକାଣ୍ଡ ପାଇଁ ପ୍ରାୟ ୬୦୦୦ ଲିଟର ଫୋମ୍ ଏବଂ ୧ ଲକ୍ଷ ଲିଟର ପାଣି ବ୍ୟବହାର କରାଯାଇ ନିଆଁ ଲିଭାଇ ନିୟନ୍ତ୍ରଣକୁ ଅଣାଯାଇଥିଲା।
ପ୍ରାୟ ଦୁଇ ଘଣ୍ଟାର କସରତ ପରେ ଗ୍ରିଡ ଅଗ୍ନିକାଣ୍ଡ ନିୟନ୍ତ୍ରଣାଧୀନ
/sambad/media/post_attachments/wp-content/uploads/2021/02/fire-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)