ନୟାଗଡ଼: ନୟାଗଡ ଜିଲ୍ଲାର ନୂଆଗାଁ ଥାନା ହିରାଦେଇପୁରରେ ବାଣ ବିସ୍ଫୋରଣରେ ଦୁଇ ଗୁରୁତର । ଜଣେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।
ଦୁଇ ଗୁରୁତର ହେଲେ ଦଶପଲ୍ଲା ଶ୍ରୀରାମପୁରର ଅମୀୟ ନାୟକ ଏବଂ ହିରାଦେଇପୁର ଗ୍ରାମର ସୁବଳ । ସେମାନେ ସମ୍ପର୍କୀୟ ମଉସା ପୁତୁରା ବୋଲି ଜଣାପଡିଛି ।
ଅଧିକ ପଢ଼ନ୍ତୁ: ଲଳିତ ମୋଦୀଙ୍କ ନାଗରିକତା ରଦ୍ଦ କଲା ଭାନୁଆଟୁ
ଅମୀୟ ହିରାଦେଇପୁର ଗାଁର ଶଢୁ ଘରକୁ ବାଣ ଧରି ଆସିଥିଲେ । ନୟାଗଡ ନିକଟ ନବଘନପୁରରେ ବାଣ ଫୁଟାଇବା ପାଇଁ ସେ ଅର୍ଡର ରଖିଥିଲେ ।
ତେବେ ହଠାତ୍ କୌଣସି କାରଣରୁ ସୋମବାର ମଧ୍ୟାହ୍ନରେ ରଖାଯାଇଥିବା ବାଣରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ଏହଯୋଗୁ ମଉସା ଓ ପୁତୁରା ଗୁରୁତର ହୋଇଥିଲେ । ଅମୀୟଙ୍କର ଶରୀରର ୮୦ପ୍ରତିଶତରୁ ଅଧିକ ପୋଡିଯାଇଥିବା ବେଳେ ସୁବଳଙ୍କ ଶରୀରର ୨୦ପ୍ରତିଶତ ପୋଡିଯାଇଥିବା କୁହାଯାଉଛି।
ଅଧିକ ପଢ଼ନ୍ତୁ: ରାଜ୍ୟରେ କୁଷ୍ଠ ରୋଗୀଙ୍କ ସଂଖ୍ୟା କ୍ରମାଗତ ବଢୁଛି: ମନ୍ତ୍ରୀ