କଟକ : ଅଗ୍ନିଶମ ବିଭାଗରେ କାମ କରୁ୍ଥିବା ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତିକୁ ନେଇ ଗୃହ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରାଯାଇଛି। କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି, ଶୃଙ୍ଖଳା ଓ ଅଗ୍ନିଶମ ପ୍ରଶାସନରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏଭଳି ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆଉ ନିଜ ସବଡିଭିଜନ୍ରେ କାମ କରିପାରିବେ ନାହିଁ କିମ୍ବା ସେମାନଙ୍କୁ ସେଠାରେ ନିଯୁକ୍ତି ମିଳିବ ନାହିଁ ବୋଲି ଗୃହ ବିଭାଗର ଏହି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି।
ଏଥିସହିତ, ସରକାର ଅଗ୍ନିଶମ ବିଭାଗର କର୍ମଚାରୀ ଓ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ପାଇଁ କିଛି କଡ଼ା ନିୟମାବଳୀ ପ୍ରସ୍ତୁତ କରିଛନ୍ତି। ଫାୟାରମ୍ୟାନ, ଫାୟାର ମ୍ୟାନ୍ ଡ୍ରାଇଭର, ଲିଡିଂ ଫାୟାରମ୍ୟାନ, ଡ୍ରାଇଭର ହାବିଲଦାର ଓ ଆସିଷ୍ଟାଣ୍ଟ୍ ଷ୍ଟେସନ ଅଫିସର ଓ ଏହି ସମାନ ପାହ୍ୟାର କର୍ମଚାରୀମାନଙ୍କୁ ସେମାନଙ୍କ ହୋମ୍ ସବଡିଭିଜନରେ ନିଯୁକ୍ତି ମିଳିବ ନାହିଁ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ସେହିଭଳି ଷ୍ଟେସନ ଅଫିସର ପାହ୍ୟାର ଅଧିକାରୀ, ଆସିଷ୍ଟାଣ୍ଟ୍ ଫାୟାର ଅଫିସର, ଡେପୁଟି ଫାୟାର ଅଫିସରଙ୍କୁ ମଧ୍ୟ ନିଜ ସବ୍ ଡିଭିଜନରେ ନିଯୁକ୍ତି ମିଳିପାରିବ ନାହିଁ ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/odisha-fire-services.jpg)