ଅଗ୍ନିଶମ ବିଭାଗ ବେତନରେ ଅସଂଗତି : କର୍ମଚାରୀଙ୍କ କଳାବ୍ୟାଜ୍‌ ପରିଧାନ ୧୭ରୁ

କଟକ : ଦରମା ପ୍ରଦାନରେ ଅସଂଗତି ପ୍ରତିବାଦରେ ଅଗ୍ନିଶମ ବିଭାଗ କର୍ମଚାରୀ ଆସନ୍ତା ୧୭ ତାରିଖରୁ ରାଜ୍ୟବ୍ୟାପୀ କଳାବ୍ୟାଜ୍‌ ପିନ୍ଧିବାକୁ ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ, ୨୦୦୬ ମସିହାରେ ବେତନ କମିସନ ଆଧାରରେ ଉଭୟ ଅଗ୍ନିଶମ ବିଭାଗ ଏବଂ ପୁଲିସ ବିଭାଗର ସମାନ ପାହ୍ୟାର କର୍ମଚାରୀଙ୍କ ଦରମା ପଦବି ଅନୁଯାୟୀ ପ୍ରଦାନ କରାଯାଉଥିଲା। କିନ୍ତୁ ପୁଲିସ ସଂଘର ଦାବି ଫଳରେ ୨୦୧୦ ମାର୍ଚ୍ଚ ୩୦ ତାରିଖରୁ ପୁଲିସ ବିଭାଗରେ ହାବିଲ୍‌ଦାରଙ୍କ ଗ୍ରେଡ୍‌ ପେ ୨୨୦୦ରୁ ୨୪୦୦କୁ ବୃଦ୍ଧି ପାଇଥିବା ବେଳେ କନେଷ୍ଟବଳଙ୍କର ୧୯୦୦ରୁ ୨୦୦୦କୁ ବୃଦ୍ଧି ପାଇଥିଲା । ସେହିପରି ଭତ୍ତା ମଧ୍ୟ ବୃଦ୍ଧି କରାଯାଇଥିଲା। କିନ୍ତୁ ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ସମାନ ପାହ୍ୟାର ହାବିଲ୍‌ଦାର ଏବଂ ଫାୟାରମ୍ୟାନଙ୍କ ଗ୍ରେଡ୍‌ ପେ ଏବଂ ଭତ୍ତାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏବେ ସପ୍ତମ ବେତନ କମିସନ ପରେ ପୁଲିସ କର୍ମଚାରୀଙ୍କ ଗ୍ରେଡ୍‌ ପେ ଅହେତୁକ ବୃଦ୍ଧି ପାଇବାକୁ ଯାଉଥିବା ବେଳେ ରାଜ୍ୟର ୩୦୦ରୁ ଅଧିକ ଅଗ୍ନିଶମ ବିଭାଗର କର୍ମଚାରୀ ପ୍ରଭାବିତ ହେବେ।

ସମ୍ବନ୍ଧିତ ଖବର