ଢେଙ୍କାନାଳ: ଢେଙ୍କାନାଳର ନବନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ଉପରକୁ ପୁଣି ବୋମାମାଡ଼ ହୋଇଥିବାର ଖବର ମିଳିଛି। ଗତକାଲି ମଧ୍ୟ୍ୟରାତିରେ କେହି ଦୁର୍ବୃତ୍ତ ବୋମାମାଡ଼ କରିଛି। ଏଥିରେ ତାଙ୍କ ଘର ଫାଟକ ନଷ୍ଟ ହେଇଛି। ଗତକାଲି ରାତି ୧ ଟା୩୬ ମିନିଟ ସମୟରେ ହୋଇଛି ବୋମାମାଡ଼, ଯାହାର ସିସିଟିଭି ଫୁଟେଜ ହସ୍ତଗତ ହୋଇଛି। ଘର ବାହାରକୁ ଥିବା ପାଚେରୀର କିଛି ଅଂଶ ଭାଙ୍ଗି ଖସି ପଡ଼ିବା ସହିତ ଦୁଇଚକିଆ ଯାନ କ୍ଷୟକ୍ଷତି ହୋଇଛି। ବୋମାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇ ଯାଇଛନ୍ତି।କୌଣସି ଧନଜୀବନ କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। କେହି ଜାଣିଶୁଣି ଭୟଭୀତ କରିବା ଉଦ୍ଦେଶ୍ୟରେ ଏଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ଏନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ବିଜେଡିକୁ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।
/sambad/media/post_attachments/wp-content/uploads/2022/04/8a5a1179-171f-4c12-8358-0f8fac6358a7-1024x768.jpg)
ସୂଚନାଯୋଗ୍ୟ, ମାର୍ଚ୍ଚ ୩୦ ତାରିଖ ମଧ୍ୟ ରାତିରେ ଢେଙ୍କାନାଳ ନବନିର୍ବାଚିତ ନଗରପାଳ ଜୟନ୍ତୀ ପାତ୍ରଙ୍କ ଘର ଉପରେ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିଲେ। ସେମାନେ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ହତ୍ୟା ଧମକ ଦେଇଥିଲେ। ସେମାନଙ୍କ ପାଟି ଶୁଣି ଶ୍ରୀମତୀ ପାତ୍ର ତାଙ୍କ ବାଲକୋନିକୁ ଆସି ଦେଖୁଥିବା ବେଳେ ଏହି ଅସାମାଜିକ ଯୁବକମାନେ ତାଙ୍କୁ ଲକ୍ଷ୍ୟ କରି ୫ ରାଉଣ୍ତ ଗୁଳିଚାଳନା କରିଥିଲେ। ଶ୍ରୀମତୀ ପାତ୍ର ଭୟରେ କବାଟ ଦେଇଦେବାରୁ ତାଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଥିଲା। ଶ୍ରୀମତୀ ପାତ୍ରଙ୍କ ସ୍ବାମୀ ବିଜେପିର ବରିଷ୍ଠ ନେତା ରାମଚନ୍ଦ୍ର ପାତ୍ରଙ୍କ ନାମ ଉଚ୍ଚାରଣ କରି ଯୁବକମାନେ ଗାଳିଗୁଲଜ କରିବା ସହ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ଶ୍ରୀମତୀ ପାତ୍ର ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେହିପରି ଶ୍ରୀମତୀ ପାତ୍ର ନିଜ କର୍ମୀମାନଙ୍କ ସହ ଏସ୍ପିଙ୍କ ପାଖକୁ ମଧ୍ୟ ଯାଇ ଘଟଣା ସଂପର୍କରେ ଲିଖିତ ଅଭିଯୋଗ କରିଥିଲେ। ଏଥିପାଇଁ ପୁଲିସରେ ମାମଲା ରୁଜୁ କରାଯାଇଥିଲ।
/sambad/media/post_attachments/wp-content/uploads/2022/04/dh-bjp.jpg)
ଏହି ଘଟଣା ଘଟାଇବା ପୂର୍ବରୁ ସେହି ଦୁର୍ବୃତ୍ତମାନେ ଶିମିଳିଆ ଅଞ୍ଚଳକୁ ଯାଇ ସେଠାରେ ଜଣେ ବ୍ୟକ୍ତିଙ୍କ ମୁଣ୍ତରେ ବନ୍ଧୁକ ଲଗାଇ ମାଡ଼ ମାରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏ ନେଇ ପୀଡ଼ିତ ବ୍ୟକ୍ତିଜଣକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଅନ୍ୟଜଣକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିଲା। ଉଭୟ ଘଟଣାରେ ଅଭିଯୁକ୍ତ ସତ୍ୟବ୍ରତ ବେହେରା (୨୬) ଏବଂ ସୋମନାଥ ସାହୁ ଓରଫ କାଜୁ (୨୨)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ଏବଂ ଘଟଣାର ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ର ସୂଚନା ଦେଇଥିଲେ।
ତେବେ ଆଜିର ଘଟଣା ପରେ ପୁଣି ଅଶାନ୍ତ ହୋଇପଡ଼ିଛି ଢେଙ୍କାନାଳ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/dhenka.jpg)