ବାପପୁଅଙ୍କ ଉପରକୁ ଗୁଳିମାଡ଼ କଲେ ଦୁର୍ବୃତ୍ତ: ଉଭୟେ ଗୁରୁତର

ନୂଆପଡ଼ା: ବାଇକରେ ଯାଉଥିବା ବେଳେ ବାପପୁଅଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ। ଏଥିରେ ଉଭୟ ବାପପୁଅ ଗୁରୁତର ହୋଇଛନ୍ତି। ଦୁହିଁଙ୍କୁ ପ୍ରଥମେ ସିନାପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ପରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନା ଅନୁଯାୟୀ, ସିନାପାଲିର ଦୁଇ କପଡ଼ା ବ୍ୟବସାୟୀ ସରୋଜ ମେହେର ଓ ପୁଅ ନବରଂଜନ ମେହେର ଆଜି ଦିନ ପ୍ରାୟ ୧୧ଟା ବେଳେ ଘରୁ ବେପାର ଲାଗି ବାହାରିଥିଲେ। ଉଭୟ ଏକ ବାଇକରେ ଯାଉଥିବା ବେଳେ ସ୍ଥାନୀୟ ରାବଣ ଛକରେ କିଛି ଦୁର୍ବୃତ୍ତ ଉଭୟଙ୍କ ପିଛା କରିଥିଲେ। ଦୁର୍ବୃତ୍ତମାନେ ଏକ କାରରେ ପଛରୁ ଆସି ଆଖିବୁଜା ଗୁଳିମାଡ଼ କରିଥିଲେ। ଏହି ଗୁଳିମାଡ଼ରେ ଉଭୟ ବାପପୁଅ ଗୁରୁତର ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ସିନାପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେମାନଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଗୁଳିମାଡ଼ର କାରଣ ଏଯାଏଁ ଅସ୍ପଷ୍ଟ ରହିଛି।

ସମ୍ବନ୍ଧିତ ଖବର