କଣ୍ଟାମାଳ : ଶନିବାର ରାତି ୯ଟାରେ ବୌଦ୍ଧ ଜିଲ୍ଲା ଧୁଙ୍ଗିଆପଦର ଗ୍ରାମର ରାଜେଶ କର୍ଣ୍ଣ ଓ ପୂର୍ଣ୍ଣଚନ୍ଦ୍ର ରଣା ବିଳାସପୁର ଯାଇ ନିଜ ଗାଁକୁ ଫେରୁଥିବା ବେଳେ ଧୁଙ୍ଗିଆପଦର ଗାଁ ମୁଣ୍ଡ ଧାନମିଲ ଠାରେ ବିପକ୍ଷ ଗୋଷ୍ଠୀର ସରପଞ୍ଚ ପ୍ରାର୍ଥୀଙ୍କ ସ୍ବାମୀ ରିଲିଫ ନାଏକ ଓ ତାଙ୍କର ୧୭ଜଣ ସହଯୋଗୀ ମିଶି ଉଭୟଙ୍କୁ ପଥର ମାରିଥିଲେ। ଦୌଡ଼ି ପଳାଇବାରୁ ଗୁଳି ଚଳାଇଥିଲେ ବୋଲି ଶନିବାର ରାତିରେ ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଥିଲା। ଅନୁରୂପ ଭାବରେ ବିପକ୍ଷ ଗୋଷ୍ଠୀରୁ ମଧ୍ୟ ଅଭିଯୋଗ ହୋଇଥିଲା। ପୁଲିସ ପୃଥକ ଭାବରେ ୨ଟି ମାମଲା ରୁଜୁ କରି ତଦନ୍ତ କରୁଛି।
ଏହି ଘଟଣାରେ ଭଙ୍ଗାରୁଜା ହୋଇଥିବା ୪ଟି ବାଇକକୁ ପୁଲିସ ଜବତ କରିଛି। ଧୁଙ୍ଗିଆପଦର ଓ ଶୁଣ୍ଡିପଦର ବୁଥ୍କୁ ପ୍ରଶାସନ ପକ୍ଷରୁ ଅତି ସମ୍ବେଦନଶୀଳ ବୁଥ୍ ଭାବରେ ଘୋଷଣା କରାଯାଇ ତୀକ୍ଷ୍ଣ ନଜର ରଖାଯାଇଛି। ପ୍ରତ୍ୟେକ ଦିନ ଏହି ୨ ବୁଥ୍ରେ ପୁଲିସ ଏକାଧିକ ଥର ପଇନ୍ତରା ମାରୁଥିବା ମନମୁଣ୍ଡା ଥାନାଧିକାରୀ ଗୋପୀନାଥ ପ୍ରଧାନ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/firing.jpg)