ପୁରୀରେ ପେଟ୍ରୋଲ୍‌ ପମ୍ପ୍‌ ମାଲିକଙ୍କୁ ଗୁଳି

ପୁରୀ : ଆଜି ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ସାକ୍ଷୀଗୋପାଳ-ଅଳଗୁମ ରାସ୍ତାର ପୁରୁଣା ସୋମଶ୍ବରପୁର ଛକ ନିକଟରେ ଥିବା ସୁଜାତା ପେଟ୍ରୋଲ୍‌ ପମ୍ପ୍‌ର ମାଲିକ ଶ୍ରୀକାନ୍ତ ରଥଙ୍କୁ ଗୁଳିମାଡ଼ ହୋଇଛି। ଶ୍ରୀ ରଥଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି।

ରାତି ପ୍ରାୟ ୧୨ଟା ବେଳେ ଶ୍ରୀ ରଥ ନିଜ କର୍ମଚାରୀମାନଙ୍କ ସହିତ ପେଟ୍ରୋଲ୍‌ ପମ୍ପ୍‌ରେ ହିସାବ କରୁଥିବା ବେଳେ ତିନି ଜଣ ଯୁବକ ଏକ ବାଇକ୍‌ରେ ସେଠାରେ ପହଞ୍ଚିଥିଲେ। ଦୁର୍ବୃତ୍ତମାନେ ଶ୍ରୀ ରଥଙ୍କଠାରୁ ଲୁଟ୍‌ ପାଇଁ ଉଦ୍ୟମ କଲା ବେଳେ ସେ ଏହାର ବିରୋଧ କରିଥିଲେ। ଫଳରେ ଦୁର୍ବୃତ୍ତମାନେ ତାଙ୍କ ଉପରୁ ଅତର୍କିତ ଭାବେ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ଶ୍ରୀ ରଥଙ୍କ ପେଟରେ ବାଜିଛି। ଗୁଳିମାଡ଼ କରି ଦୁର୍ବୃତ୍ତମାନେ ବାଇକ୍‌ ଯୋଗେ ଖସି ଯାଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅପରପକ୍ଷେ ଗୁରୁତର ଶ୍ରୀ ରଥଙ୍କୁ ଏମ୍‌ସ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର