ଦୋକାନୀଙ୍କୁ ଗୁଳିମାଡ଼ : ଅବସ୍ଥା ଗୁରୁତର, କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଖଡିବାହାଲି ଛକ ନିକଟରେ ଜଣେ ଦୋକାନୀଙ୍କୁ ଗୁଳିମାଡ଼ ହୋଇଛି। ଗୁରୁତର ଅବସ୍ଥାରେ ଦୋକାନୀ ଜଗବନ୍ଧୁ ମହାପାତ୍ର (୫୫)ଙ୍କୁ ପ୍ରଥମେ ହରିଚନ୍ଦନପୁର ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ସାଢେ ନଅଟା ସମୟରେ ଦୁଇ ଜଣ ଯୁବକ ମାତାଲ ଅବସ୍ଥାରେ ଆସି ଜଗବନ୍ଧୁଙ୍କୁ ସିଗାରେଟ୍ ମାଗିଥିଲେ। ତେବେ ଦୋକାନ ବନ୍ଦ ହୋଇଥିବାରୁ ସେ ଦେବାକୁ ମନା କରିଦେଇଥିଲେ।  ଏହାକୁ କେନ୍ଦ୍ର କରି ଜଗବନ୍ଧୁଙ୍କ ସହିତ ତାଙ୍କର ବଚସା ହୋଇଥିଲା। ପରେ ଜଣେ ଯୁବକ ଜଗବନ୍ଧୁଙ୍କ ଉପରକୁ ଗୁଳିମାଡ଼ କରି ସେଠାରୁ ଫେରାର୍ ହୋଇଯାଇଥିଲେ। ଖବର ପାଇ ଘସିପୁରା ଦୈତାରୀ ଓ ହରିଚନ୍ଦନପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛନ୍ତି। ଗୁଳି ମାରିଥିବା ଯୁବକ ଘସିପୁରା ଥାନା ଅନ୍ତର୍ଗତ ବରୀପାଲ ଗ୍ରାମର ସିପୁ ପାତ୍ର ବୋଲି ଜଗବନ୍ଧୁଙ୍କ ପୁଅ ପିଣ୍ଟୁ କହିଛନ୍ତି।

ସମ୍ବନ୍ଧିତ ଖବର