ଫାର୍ମ ଅଧିକାରୀଙ୍କୁ ତାଲାମାରିଲେ ଶ୍ରମିକ

ରାଉରକେଲା: ଆଠମାସର ବକେୟା ପାଉଣ ନ ମିଳିବାରୁ ଉତ୍ତେଜିତ ଶ୍ରମିକ ଫାର୍ମ ଅଧିକାରୀଙ୍କୁ ତାଲା ମାରି ଅଟକ ରଖିଥିଲେ। ଆଜି ଶତାଧିକ ଶ୍ରମିକ ଲହୁଣିପଡା ବ୍ଲକ ଅନ୍ତର୍ଗତ କୁଳିପୋଷସ୍ଥ ଫାର୍ମରେ ପହଞ୍ଚିଥିଲେ। ଅଧିକାରୀଙ୍କୁ ୮ ମାସର ବକେୟା ପାଉଣା ଦେବାକୁ କହିଥିଲେ। ଅଧିକାରୀ କୌଣସି କଥା ନ ଶୁଣିବାରୁ ଉତ୍ତେଜିତ ଶ୍ରମିକ ଅଧିକାରୀଙ୍କୁ ଫାର୍ମରେ ତାଲା ପକାଇ ରଖିଥିଲେ। ଫାର୍ମର କର୍ମଚାରୀ ଉତ୍ତେଜିତ ଶ୍ରମିକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଫାର୍ମର ତାଲା ଖୋଲି ଅଧିକାରୀଙ୍କୁ ଉଦ୍ଧାର କରାଯାଇଥିଲା। ମିଳିଥିବା ସୂଚନାମୁତାବକ କୁଳିପୋଷ ଫାର୍ମରେ ଶ୍ରମିକମାନେ ଧାନ, ଚିନାବାଦନ ଆଦି ଚାଷ କାମ କରୁଥିଲେ। ପାଖାପାଖି ୧୫୦ରୁ ଅଧିକ ପୁରୁଷ ଓ ମହିଳା ଶ୍ରମିକ କାମ କରୁଥିଲେ। ଫାର୍ମ ପକ୍ଷରୁ ସେମାନଙ୍କୁ ୮ ମାସର ବକେୟା ଦିଆଯାଇଥିଲା। ଅଧିକାରୀ ଆଜିକାଲି କହି ସମୟ ଗଡାଇ ଚାଲିଥିଲେ। ଦରମା ନ ମିଳିବାରୁ ଆଜି ଶତାଧିକ ମହିଳାଶ୍ରମିକ କୁଳିପୋଷ ଫାର୍ମରେ ପହଞ୍ଚି ଅଧିକାରୀଙ୍କୁ ତାଲାମାରି ବକେୟା ପାଉଣା ଦେବାକୁ ଅଡିବସିଥିଲେ।

ସମ୍ବନ୍ଧିତ ଖବର