କଣ୍ଟାମାଲ : ସୋମବାର ସକାଳେ ୫୭ନଂ ଜାତୀୟ ରାଜପଥ ମନମୁଣ୍ଡା ଗାନ୍ଧୀ ଛକ ବାଇପାସ୍‌ ନିକଟରେ ଗୋଟିଏ ମୋବିଲ୍ ବୋଝେଇ ଟ୍ୟାଙ୍କର ରାସ୍ତା ଉପରେ ଓଲଟି ପଡ଼ିଥିଲା।

Advertisment

publive-image

ମିଳିଥିବା ସୂଚନା ଅନୁଯାୟୀ ସକାଳେ ବୌଦ୍ଧଠାରୁ ସୋନପୁର ଅଭିମୁଖେ ଯାଉଥିବା ଏହି ଟ୍ୟାଙ୍କର (ଏପି ୩୧ ଟିଏଚ ୪୮୯୬) ମନମୁଣ୍ଡା ଗାନ୍ଧୀ ଛକ ନିକଟରେ ସୋନପୁର ପଟକୁ ବୁଲାଇବା ବେଳେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଟ୍ୟାଙ୍କର ଓଲଟି ପଡ଼ିବାରୁ ସେଥିରୁ ମୋବିଲ ବାହାରି ରାସ୍ତା ଉପରେ ବହିଥିଲା। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଗାଡ଼ିକୁ ଉଠା ଯାଇନାହିଁ। ମନମୁଣ୍ଡା ଥାନାଧିକାରୀ ଗୋପୀନାଥ ପ୍ରଧାନ ଓ ମନମୁଣ୍ଡା ସରପଞ୍ଚ ପ୍ରତିନିଧି ରାଧେଶ୍ୟାମ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାସ୍ତାରେ ପଡ଼ିଥିବା ମୋବିଲ୍‌ ଉପରେ ବାଲି ପକାଇ ଯାତାୟାତଯୋଗ୍ୟ କରାଯାଇଥିଲା।