ଯୁବ କଂଗ୍ରେସ ନେତା ସଂଗ୍ରାମ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

ଭୁବନେଶ୍ୱର : ଯୁବ କଂଗ୍ରେସ ନେତା ସଂଗ୍ରାମ କେଶରୀ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଆଇ.ଆର୍‌ କନ୍‌ଭେନ୍ସନ୍‌ ହଲ୍‌ରେ ପାଳିତ ହୋଇଯାଇଛି। ସଂଗ୍ରାମ କେଶରୀ ଜେନା ସ୍ମୃତି ସଂସଦ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ପ୍ରମୁଖ ତାଙ୍କର ଦଳ ଓ ସଂଗଠନ ପ୍ରତି ଅବଦାନ ସଂପର୍କରେ କହିଥିଲେ।

ସ୍ମୃତି ସଂସଦର ସଭାପତି ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସ୍ୱର୍ଗତ ଜେନାଙ୍କ ପିତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଏଆଇସିସି ସଂପାଦକ ରୁଦ୍ର ରାଜୁ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ଚିରଞ୍ଜୀବ ବିଶ୍ୱାଳ, ଶରତ ରାଉତ, ବିଧାୟକ ସୁରେଶ ରାଉତରାୟ, ସନ୍ତୋଷ ସିଂ ସାଲୁଜା ଗଣେଶ୍ୱର ବେହେରା, ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, ସମୀର ରାଉତରାୟ, ଅଧିରାଜ ମୋହନ ପାଣିଗ୍ରାହୀ, ଦେବାଶିଷ ପଟ୍ଟନାୟକ, ସମାଜବାଦୀ ପାର୍ଟିର ସାଧାରଣ ସଂପାଦକ ସୁଦର୍ଶନ ପ୍ରଧାନ, ନାରାୟଣ ରେଡ୍ଡି, ବିଜେପି ନେତା ଦିଲ୍ଲୀପ ମଲ୍ଲିକ, ବିଜେଡିର ମୁଖପାତ୍ର ଲେଲିନ୍‌ ମହାନ୍ତି, ୟାସିର୍‌ ନୱାଜ, ସ୍ମୃତିରଞ୍ଜନ ଲେଙ୍କା, ଅଂଶୁମାନ ମହାନ୍ତି, ବନ୍ଦିତା ପରିଡ଼ା, ରଜତ ଚୌଧୁରୀ, ସସ୍ମିତା ବେହେରା, ନରେନ ପଲେଇ, ସୁଦର୍ଶନ ଦାସ, ବିଭୂତି ମିଶ୍ର, ମନୋଜ ରାଉତ, ଶ୍ରୀନାଥ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଜେନାଙ୍କର ସ୍ମୃତିଚାରଣ କରିଥିଲେ। କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନସ ଚୌଧୁରୀ ଏବଂ ସଂଗ୍ରାମ ଜେନାଙ୍କ ସାନଭାଇ ମନୋଜ ଜେନା ସଭା ପରିଚାଳନା କରିଥିଲେ। ଏହି ଅବସରରେ ସ୍ୱର୍ଗତ ଜେନାଙ୍କ ସ୍ମୃତି ସମ୍ବଳିତ ଏକ ସ୍ମରଣିକା ଉନ୍ମୋଚିତ କରାଯାଇଥିଲା।

ସମ୍ବନ୍ଧିତ ଖବର