ଯୋଡ଼ା: ଯୋଡ଼ା ଖଣି ମଣ୍ତଳର ଜୁରୁଡ଼ିସ୍ଥିତ ଓଏମ୍ସି ଖଣିରେ ଆଜିଠାରୁ ବ୍ୟାଟେରି ଚାଳିତ ଟ୍ରକ୍ ଚାଲିଛି। ଓଏମ୍ସି ଡିଜିଏମ ଚିନ୍ମୟ ପରିଡ଼ା, ମାଇନ୍ସ ମ୍ୟାନେଜର ବିବେକାନନ୍ଦ ମଲ୍ଲିକ, ସିନିଅର ମ୍ୟାନେଜର (ଫାଇନାନ୍ସ) ଗୋପୀନାଥ ବେହେରା ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଥିଲେ।
ପ୍ରପେଲ କମ୍ପାନି ଦ୍ଵାରା ନିର୍ମିତ ଏହି ବ୍ୟାଟେରି ଚାଳିତ ଭାରୀଯାନ ୪୦ ଟନ୍ ଲୁହାପଥର ପରିବହନ କରିବାର କ୍ଷମତା ରଖିଛି। ୩୪୦ କିଲୋୱାଟ୍ ବ୍ୟାଟେରି ସମ୍ପୂର୍ଣ୍ଣ ଚାର୍ଜ ହେବାକୁ ମାତ୍ର ୧ ଘଣ୍ଟା ୨୫ ମିନିଟ ସମୟ ଲାଗିଥାଏ। ଥରେ ଚାର୍ଜ ହେଲେ ଟ୍ରକ୍ ୨୪୦ରୁ ୨୫୦ କିମି ପର୍ଯ୍ୟନ୍ତ ଯାଇଥାଏ। ଏହି ଟ୍ରକ୍ର ମୂଲ୍ୟ ୧ କୋଟି ୫୭ ଲକ୍ଷ ଟଙ୍କା ରହିଛି।