ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର ପ୍ରଥମ କୁଳସଚିବଙ୍କ ଦାୟିତ୍ବ ଗ୍ରହଣ

କଟକ : ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର ପ୍ରଥମ କୁଳସଚିବ ଭାବେ ଆଜି ନିରୂପମା ସ୍ବାଇଁ ଦାୟିତ୍ବ ଗ୍ରହଣ କରିଛନ୍ତି।

୧୯୯୭ ବ୍ୟାଚ୍‌ ଓଡ଼ିଶା ପ୍ରଶାସନିକ ଅଧିକାରୀ ଶ୍ରୀମତୀ ସ୍ବାଇଁ ଏହାପୂର୍ବରୁ ଖପୁରିଆସ୍ଥିତ ଓଏସ୍‌ଆଇସିରେ ଡେପୁଟି ଜେନେରାଲ ମ୍ୟାନେଜର ଭାବେ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପଦପଦବିରେ ରହି କାମ କରିଛନ୍ତି। ସେ କଟକ ମହାନଗର ନିଗମରେ ଡେପୁଟି କମିସନର ଓ କେନ୍ଦ୍ରାପଡ଼ାର ଯୁଗ୍ମ ଉପ-ଜିଲ୍ଲାପାଳ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ। ନୂଆ ଭାବେ ଘୋଷଣା ‌ହୋଇଥିବା ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର କୁଳସଚିବ ଦାୟିତ୍ବ ନେବା ଅବସରରେ ସେ କହିଛନ୍ତି, ଏହି ବିଶ୍ବବିଦ୍ୟାଳୟର ସାମଗ୍ରିକ ଉନ୍ନତି ପାଇଁ କାମ କରିବି। ସୀମିତ ପରିସୀମା ମଧ୍ୟରେ ଯେପରି ଅଧିକ ଭିତ୍ତିଭୂମି ଗଢ଼ାଯିବ ଓ ବିଶ୍ବବିଦ୍ୟାଳୟରେ ଶିକ୍ଷାର ଗୁଣାତ୍ମକ ମାନ ଆହୁରି ଅଧିକ ବଢ଼ିବ ସେ ଦିଗରେ କାମ କରିବି। ଶ୍ରୀମତୀ ସ୍ବାଇଁଙ୍କୁ ଆଜି ବିଶ୍ବବିଦ୍ୟାଳୟ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନା କରାଯାଇଛି। ଏଥିରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଡକ୍ଟର କମଲଜିତ୍‌ ସିଂ, ପ୍ରଫେସର ଡକ୍ଟର ସୁକାନ୍ତ କୁମାର ନନ୍ଦ, ଡକ୍ଟର ସତ୍ୟନାରାୟଣ ମଲ୍ଲିକ, ରଂଜନ ସାମଲ, ସୁଜିତ ମହାରଣା, ପ୍ରଣବ ଭୂୟାଁ ଓ ଛାତ୍ର ସୁମନ୍ତ ‌ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର