ରାୟଗଡ଼ା : ନିୟମଗିରି ପାହାଡ଼ ଉପରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ ସଂପ୍ରଦାୟର ପ୍ରଥମ ମହିଳା ଭାବେ ଡିଞ୍ଜା ଜାକେଶିକା ଇଣ୍ଡୋନେସିଆ ଯିବେ। ଏଥିପାଇଁ ସେ ପାର୍ସପୋର୍ଟ ମଧ୍ୟ ହାସଲ କରି ସାରିଛନ୍ତି । ଇଣ୍ଡୋନେସିଆର ବାଲି ଠାରେ ଆଦିମ ଜନଜାତିଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ମହୋତ୍ସବରେ ଯୋଗ ଦେବାକୁ ଏହି ଡଙ୍ଗରିଆ ନାରୀ ନେତ୍ରୀ ଜଣକ ଯିବେ ବୋଲି ଜଣାପଡିଛି। ଡିଞ୍ଜା ଜାକେଶିକା ବର୍ତ୍ତମାନ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ କୁର୍ଲି ପଞ୍ଚାୟତର ସରପଞ୍ଚ ଅଛନ୍ତି।

Advertisment

publive-imageଇଣ୍ଡୋନେସିଆର ବାଲି ଠାରେ ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ ଆଦିମ ଜନଜାତି ସଂପ୍ରଦାୟ ଉପରେ ଆଧାରିତ ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ ହେବ। ଏହି ମହୋତ୍ସବରେ ସାମିଲ ହେବା ପାଇଁ ଡିଞ୍ଜାଙ୍କୁ ନିମନ୍ତ୍ରଣ କରାଯାଇଛି। ଆଦିମ ଜନଜାତିଙ୍କ ସଂଘର୍ଷମୟ ଜୀବନ ଉପରେ ଆଧାରିତ ସିନେମା ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମଳିଛି।