ଇଣ୍ଡୋନେସିଆ ଯିବେ ପ୍ରଥମ ଡଙ୍ଗିରଆ ମହିଳା ସରପଞ୍ଚ

ରାୟଗଡ଼ା: ନିୟମଗିରି ପାହାଡ଼ ଉପରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ ସଂପ୍ରଦାୟର ପ୍ରଥମ ମହିଳା ଭାବେ ଡିଞ୍ଜା ଜାକେଶିକା ଇଣ୍ଡୋନେସିଆ ଯିବେ। ଏଥିପାଇଁ ସେ ପାର୍ସପୋର୍ଟ ମଧ୍ୟ ହାସଲ କରି ସାରିଛନ୍ତି । ଇଣ୍ଡୋନେସିଆର ବାଲି ଠାରେ ଆଦିମ ଜନଜାତିଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ମହୋତ୍ସବରେ ଯୋଗ ଦେବାକୁ ଏହି ଡଙ୍ଗରିଆ ନାରୀ ନେତ୍ରୀ ଜଣକ ଯିବେ ବୋଲି ଜଣାପଡିଛି। ଡିଞ୍ଜା ଜାକେଶିକା ବର୍ତ୍ତମାନ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ କୁର୍ଲି ପଞ୍ଚାୟତର ସରପଞ୍ଚ ଅଛନ୍ତି।

ଇଣ୍ଡୋନେସିଆର ବାଲି ଠାରେ ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ ଆଦିମ ଜନଜାତି ସଂପ୍ରଦାୟ ଉପରେ ଆଧାରିତ ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ ହେବ। ଏଥିରେ ଇଣ୍ଡୋନେସିଆ ସମେତ ବିଶ୍ୱର ବିଭିନ୍ନ ଦେଶର ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଏହି ମହୋତ୍ସବରେ ସାମିଲ ହେବା ପାଇଁ ଡଙ୍ଗରିଆ ସଂପ୍ରଦାୟର ମହିଳା ସରପଞ୍ଚ ଡିଞ୍ଜାଙ୍କୁ ନିମନ୍ତ୍ରଣ କରାଯାଇଛି। ଆଦିମ ଜନଜାତିଙ୍କ ସଂଘର୍ଷମୟ ଜୀବନ ଉପରେ ଆଧାରିତ ସିନେମା ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମଳିଛି। ନିମନ୍ତ୍ରଣ ପାଇବା ପରେ ବାଲି ଯିବା ପାଇଁ  ଡିଞ୍ଜା ପ୍ରଥମ ଡଙ୍ଗରିଆ ଭାବେ ପାସପୋର୍ଟ ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର