ସହିଦ୍‌ ସୀତାରାମଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ ଓ ପ୍ରତିମୂର୍ତ୍ତି ଉନ୍ମୋଚନ

ଠାକୁରମୁଣ୍ଡା: ଠାକୁରମୁଣ୍ଡା ବ୍ଲକ୍‌ ତରାମରା ପଞ୍ଚାୟତ ଅନ୍ତର୍ଗତ ଡକେଇପାଳ ଗ୍ରାମ ମୁକ୍ତାଝରି ସାହିର ଆଲ୍ଲାଣ ମୁର୍ମୁଙ୍କ ମଧ୍ୟମ ପୁଅ ସହିଦ ସିପାହୀ ସୀତାରାମଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଛି। ଏହା ସହିତ ତାଙ୍କର ଏକ ପ୍ରତିମୂର୍ତ୍ତି ମଧ୍ୟ ଉନ୍ମୋଚନ କରାଯାଇଛି। ବାପା ଆଲ୍ଲାଣ ବୀର ପୁଅର ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ।

ଏହି ସମୟରେ ତରାମରା ସରପଞ୍ଚ ବ୍ରହ୍ମାନନ୍ଦ ଦେହୁରୀଙ୍କ ସହ ଅନେକ ବିଶିଷ୍ଟ ଲୋକ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ସୂଚନାଥାଉକି ୨୦୨୧ ମସିହା ସେପ୍ଟେମ୍ବର ୨୪ ତାରିଖ ଦିନ କଟକ ଜିଲ୍ଲା ମହାନଦୀ ମୁଣ୍ଡୁଳି ବ୍ୟାରେଜ୍‌ଠାରେ ଫସି ରହିଥିବା ଏକ ଜଙ୍ଗଲୀ ହାତୀକୁ ଉଦ୍ଧାର କରିବା ବେଳେ ଡଙ୍ଗା ବୁଡ଼ିଯିବାରୁ ଗଣମାଧ୍ୟମ ପ୍ରତିନିଧି ଅରିନ୍ଦମ ଦାସଙ୍କ ସହ ସୀତାରାମଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର