ରାଜସ୍ବ ପର୍ଷଦ କାର୍ଯ୍ୟାଳୟରେ ପ୍ରଥମ ବିଭାଗୀୟ ଅନ୍‌ଲାଇନ୍‌ ସାକ୍ଷାତକାର

କଟକ : ଚଳିତ ବର୍ଷର ଦ୍ବିତୀୟ ଅର୍ଧବାର୍ଷିକୀ ବିଭାଗୀୟ ସାକ୍ଷାତକାର ପରୀକ୍ଷା କଟକସ୍ଥିତ ରାଜସ୍ବ ପର୍ଷଦ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି। ଏହି ପରୀକ୍ଷା ଆସନ୍ତା ୨୨ ବର୍ଷ ପର୍ଯ୍ୟନ୍ତ ଚାଲିବ। ଏହି ପରୀକ୍ଷାରେ ରାଜ୍ୟରେ କାର୍ଯ୍ୟରତ ବିଭିନ୍ନ ସେବାର ସର୍ବଭାରତୀୟ ଅଧିକାରୀଙ୍କ ସହିତ ୧୫ଟି ରାଜ୍ୟସ୍ତରୀୟ ବିଭିନ୍ନ ସେବାର ୧୭୦୦ ଅଧିକାରୀମାନେ ଭାଗ ନେଉଛନ୍ତି। ଏହି ଅନ୍‌ଲାଇନ୍‌ ସାକ୍ଷାତକାର ପାଇଁ ଏନ୍‌ଆଇସି ସମସ୍ତ ପ୍ରଦ୍ୟୋଗିକ ସହାୟତା ପ୍ରଦାନ କରିଛି। ସାକ୍ଷତକାର ପରୀକ୍ଷାରେ ପ୍ରାର୍ଥୀମାନେ ନିଜନିଜ ଜିଲ୍ଲାରୁ ଭିଡିଓ କନ୍‌ଫରେନ୍ସି˚ ଦ୍ବାରା କଟକ ସ୍ଥିତ ରାଜସ୍ବ ପର୍ଷଦ କାର୍ଯ୍ୟାଳୟର କେନ୍ଦ୍ରୀୟ ଭିଡିଓ କନ୍‌ଫରେନ୍ସି˚ ଷ୍ଟୁଡିଓ ସହ ସିଧାପ୍ରସାରଣରେ ପରୀକ୍ଷା ଦେଉଛନ୍ତି। ଏଭଳି ଭିଡିଓ କନ୍‌ଫରେନ୍ସି˚ରେ ପରୀକ୍ଷା ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି। ଏହି ପରୀକ୍ଷାକୁ ସଫଳତାର ସହ ସମ୍ପାଦନ କରିବା ପାଇଁ ରାଜସ୍ବ ପର୍ଷଦର ସଦସ୍ୟ ସି.ଜେ. ଭେନୁଗୋପାଳ, ସଚିବ ବିଜୟ କୁମାର ଉପାଧ୍ୟାୟ, କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ସମସ୍ତ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ, ଏନ୍‌ଆଇସିର ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର