ଭୁବନେଶ୍ବର : ରାଜ୍ୟରେ ୮୪ ପ୍ରତିଶତରୁ ଅଧିକ ହିତାଧିକାରୀ ନିଜର ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି। ରାଜ୍ୟ ସରକାର ଚଳିତ ମାସ ଶେଷ ସୁଦ୍ଧା ୯୦ ପ୍ରତିଶତ ଟିକାକରଣ ଲକ୍ଷ୍ୟ ହାସଲ କରିବାର ଲକ୍ଷ୍ୟ ରଖିଛନ୍ତି। ବେଶ୍ କିଛିଦିନ ହେବ ରାଜ୍ୟରେ ଧିମା ଟିକାକରଣ ସତ୍ତ୍ବେ ଏହି ଲକ୍ଷ୍ୟ ହାସଲ ଦିଗରେ ଓଡ଼ିଶା ଅଗ୍ରସର ହେଉଛି।

Advertisment

ରାଜ୍ୟରେ ସମୁଦାୟ ୩.୨୫କୋଟି ଲୋକଙ୍କୁ କରୋନା ଟିକା ଦିଆଯିବ। ଏଥିପାଇଁ ଆସନ୍ତା ଡିସେମ୍ବର ସୁଦ୍ଧା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଅତି କମ୍‌ରେ ଗୋଟିଏ ଡୋଜ୍ ଟିକା ଦେବାକୁ ସ୍ବାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୪କୋଟି ୧୮ଲକ୍ଷ ୫୯ହଜାର ୬୩୦ ଡୋଜ୍ ଟିକା ଦିଆଗଲାଣି। ଏଥିରେ ୨.୭କୋଟିରୁ ଅଧିକ ଲୋକ ନିଜର ପ୍ରଥମ ଓ ୧.୪୫କୋଟିରୁ ଅଧିକ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ଆଜି ରାଜ୍ୟରେ ୨ଲକ୍ଷ ୪୨ହଜାର ୧୪୪ ଡୋଜ୍ ଟିକା ଦିଆଯାଇଛି। ଏଥିରେ ୧୮-୪୪ବର୍ଗର ୪୭,୪୨୧ ପ୍ରତମ, ୧୧,୨୭୩୩ ଦ୍ବିତୀୟ, ୪୫ବର୍ଷରୁ ଅଧିକ ୨୫,୩୩୨ ପ୍ରଥମ ଓ ୫୬,୦୬୨ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ରାଜ୍ୟର ୧୮-୪୪ବର୍ଗର ୭୮ ପ୍ରତିଶତ ପ୍ରଥମ ଓ ୪୫ବର୍ଷରୁ ଅଧିକ ୮୭ ପ୍ରତିଶତ ନିଜର ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି।