ହୀରାକୁଦରୁ ଛଡ଼ାଗଲା ପ୍ରଥମ ବନ୍ୟାଜଳ

ହୀରାକୁଦ: ସୋମବାର ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି। ଆଜି ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇଁ ୫ଟି ଗେଟ୍ ଖୋଲା ଯାଇଛି। ଜଳଭଣ୍ଡାରର ଜଳସ୍ତର ଏବେ ୬୧୩.୧୫ ଫୁଟ୍ ରହିଛି। ଜଳ ଭଣ୍ଡାରକୁ ଏବେ ୧୨୦୧୫୫ କ୍ୟୁସେକ ଜଳ ପ୍ରବେଶ କରୁଛି। ୨୦୨୧ ମସିହା ଜୁଲାଇ ୧୧ ତାରିଖ ଦିନ ଗତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଥିଲା। ସେହି ସମୟରେ ଜଳଭଣ୍ଡାର ଜଳସ୍ତର ୬୧୧ ଫୁଟ୍ ରହିଥିଲା। ରବିବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୨.୧୦ ଫୁଟ୍ ରହିଥିବା ବେ‌ଳେ ଜଳଭଣ୍ଡାରକୁ ୧ ଲକ୍ଷ ୩୯ ହଜାର ୪୩୦ କ୍ୟୁସେକ ଜଳ ପ୍ରବେଶ କରୁଥିଲା। ସେହି ସମୟରେ ଜଳଭଣ୍ଡାରରୁ ୩୯ ହଜାର ୧୨୧ କ୍ୟୁସେକ ଜଳ ବିଭିନ୍ନ କେନାଲ ଓ ପାୱାର ଚାନେଲ ଦେଇ ନିଷ୍କାସିତ ହେଉଥିଲା।

ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ହେବା ଦ୍ବାରା ମହାନଦୀ ଓ ତାର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ। ତେଣୁ, ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଳମ୍ବନ କରିବାକୁ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର