ହରିଚନ୍ଦନପୁର : ୨୨ ତାରିଖରେ ହରିଚନ୍ଦନପୁର ଅଞ୍ଚଳରେ ଆରମ୍ଭ ହୋଇଥିଲା ମୌସୁମୀର ପ୍ରଥମ ବର୍ଷା। ସେହି ଦିନଠାରୁ ଲଗାଣ ବର୍ଷା ଯୋଗୁଁ ଆଜି ସକାଳେ ମୁଷଳ ନଦୀରେ ପ୍ରଥମ ବନ୍ୟାପାଣି ଆସିଥିବା ଦେଖିବାକୁ ମିଳିଛି। ଗତକାଲି ହରିଚନ୍ଦନପୁରରେ ୭୬ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।