ସମ୍ବଲପୁର: ମଙ୍ଗଳବାର ସକାଳ ୧୧ଟାରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ହୀରାକୁଦ ଜଳଭଣ୍ଡାରରୁ ମହାନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଛି। ହୀରାକୁଦ ବନ୍ଧର ୭ ନମ୍ବର ସ୍ଲୁଇସ୍ ଗେଟ୍ ଦେଇ ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୬.୪୫ଫୁଟ୍ ଥିବା ବେଳେ ଜଳଭଣ୍ଡାରକୁ ୧ ଲକ୍ଷ ୫୪ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି।
ଛତିଶଗଡ଼ ସରକାର ଅକ୍ଟୋବର ମାସ ଆରମ୍ଭରୁ କଲ୍ମା ବ୍ୟାରେଜର ଗେଟ ବନ୍ଦ କରିଥିଲେ। ତେଣୁ ହୀରାକୁଦ ଡ୍ୟାମ୍ର ଇନ୍ ଫ୍ଲୋ ଯଥେଷ୍ଟ ହ୍ରାସ ପାଇଥିଲା। ଅଣମୌସୁମୀ ଋତୁରେ କଲ୍ମା ବ୍ୟାରେଜ ସବୁ ଗେଟ୍ ବନ୍ଦ କରି ଦେଇଥିବା ବେଳେ ଜୁନ୍ ୧୫ ପରେ ଧୀରେ ଧୀରେଗେଟ ଖୋଲି ବର୍ତ୍ତମାନ ବ୍ୟାରେଜର ସମସ୍ତ ୬୬ଟି ଗେଟ୍ ଖୋଲା ରହିଛି। ଫଳରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧିି ପାଇଛି। ହୀରାକୁଦ ବନ୍ଦ ପରିଚାଳାନା ନେଇ ରହିଥିବା କର୍ଭ ରୁଲ ଅନୁଯାୟୀ, ଆଜି ଜଳଭଣ୍ଡାର ମଧ୍ୟରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି।।
ସୂଚନାଯୋଗ୍ୟ ଯେ ହୀରାକୁଦ ଜଳଭଣ୍ଡାର ସମୁଦ୍ର ପତ୍ତନଠାରୁ ୫୦୦ ଫୁଟ୍ ଉଚ୍ଚତାରେ ରହିଛି। ଏହି ଜଳଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବାରୁ ଏଠାରେ ୧୩୦ ଫୁଟ୍ ପାଣି ରହିଥାଏ। ରୁଲ୍ କର୍ଭ ଅନୁସାରେ, ୩୧ ଅକ୍ଟୋବର କିମ୍ବା ୧ ସେପ୍ଟେମ୍ବରରେ ଜଳସ୍ତର ଏହାର ଶୀର୍ଷରେ(୬୩୦ ଫୁଟ୍)ରେ ରଖାଯାଇଥାଏ।
ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସିତ
/sambad/media/post_attachments/wp-content/uploads/2018/07/Hirakud-Gate_Thumbnail-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)