ଅନଗୁଳ: ରବିବାର ସକାଳ ୯: ୧୦ ମିନିଟ୍ରେ ରେଙ୍ଗାଳି ଜଳଭଣ୍ଡାରରୁ ବ୍ରହ୍ମାଣୀ ନଦୀକୁ ଏ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଛି।
ବ୍ରାହ୍ମଣୀ ଅବବାହିକାର ମୁଖ୍ୟଯନ୍ତ୍ରୀ, ରେଙ୍ଗାଳି ବନ୍ଧ ଖଣ୍ଡର ନିର୍ବାହୀଯନ୍ତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଛି।
ରେଙ୍ଗାଳି ଜଳଭଣ୍ଡାରର ସମ୍ପୂର୍ଣ୍ଣ ଜଳଧାରଣସ୍ତର ୧୨୩. ୫୦ ମିଟର ଥିବା ବେଳେ ଏବେ ସେଥିରେ ୧୨୨. ୭୫ ମିଟର ରହିଛି।
ଏବେ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡ୍ରେ ୮୩୪ ଘନମିଟର ଜଳ ପ୍ରବେଶ କରୁଛି ଏବଂ ୭ ନମ୍ବର ଗେଟ୍ ଓ ପାଓ୍ଵାର୍ ହାଉସ୍ ଯୋଗେ ପ୍ରତି ସେକେଣ୍ଡ୍ରେ ୨୦୪୨ ଘନ ମିଟର ଜଳ ନିଷ୍କାସନ ହେଉଛି।