ପ୍ରଥମ ପିଢିର ଆଦିବାସୀ ବିଦ୍ୟାର୍ଥୀ ସ୍ମାର୍ଟ କ୍ଲାସ ସହିତ ଯୋଡି ହେବେ

ଟାସ୍କଫୋର୍ସ ଦେଇଥିବା ସୁପାରିସ ନେଇ ଆଲୋଚନା

ଭୁବନେଶ୍ବର : ଉଚ୍ଚ ବିଦ୍ୟାଳୟଗୁଡ଼ିକ ପାଇଁ ସ୍ମାର୍ଟ କ୍ଲାସ ଏବଂ ଇ-ଲାଇବ୍ରେରି ଉଚ୍ଚ ଗୁଣବତ୍ତା, ବିଶ୍ବସ୍ତରୀୟ ସମ୍ପତ୍ତି ସୃଷ୍ଟି କରାଯାଇଛି। ଟାସ୍କଫୋର୍ସ ଏହି ସମ୍ପତ୍ତିର କ୍ରୟ ପରେ ଯତ୍ନ ନେବ ତଥା ନିୟମିତ ରକ୍ଷଣାବେକ୍ଷଣ କରିବ। ଓଡ଼ିଶା ୫ଟି ଉଚ୍ଚ ବିଦ୍ୟାଳୟ ପରିବର୍ତ୍ତନ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଥିବା ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ସୁପରିଚାଳନା ପାଇଁ ୬ଟି ଟାସ୍କଫୋର୍ସ ସେପ୍ଟେମ୍ବର ମାସ ୨୨ ତାରିଖରେ ଗଠିତ ହୋଇଥିଲା। ସେମାନେ ତାଙ୍କ ରିପୋର୍ଟ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଉପସ୍ଥାପିତ କରିଥିଲେ। ଏସଂକ୍ରାନ୍ତରେ ଆଜି ଆଲୋଚନା ହୋଇଛି।

ଟାସ୍କଫୋର୍ସର ବିଭିନ୍ନ ସୁପାରିସ ମଧ୍ୟରେ ଇ-ବିଷୟବସ୍ତୁ ବିଶ୍ବସ୍ତରୀୟ କରାଯିବା ନେଇ ପରାମର୍ଶ ଦିଆଯାଇଛି। ଏଥି ଅନ୍ତର୍ଗତରେ ଧନ୍ଦାମୂଳକ ଶିକ୍ଷା, ମୂଲ୍ୟାଙ୍କନ ସଂସ୍କାରର ପ୍ରବର୍ତ୍ତନ, ସହ ପାଠ୍ୟକ୍ରମ କାର୍ଯ୍ୟକଳାପ, ଆକାଂକ୍ଷା ଉପାଦାନ ଗୁଡ଼ିକ ଏଭଳି ହେବ ଯେ ଏହା ବିଶ୍ବ ସ୍ତରରେ ପରିଚିତ ହେବ। ତୃତୀୟ ଟାସ୍କଫୋର୍ସଟି ଏସଏସଡି ସ୍କୁଲଗୁଡ଼ିକୁ ୫ଟି ଫ୍ରେମଓ୍ବାର୍କରେ ନିରବିଚ୍ଛିନ୍ନ ଭାବରେ ଏକତ୍ର କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିଜରିଆରେ ପ୍ରଥମ ପିଢିର ଆଦିବାସୀ ବିଦ୍ୟାର୍ଥୀ ଏଥିସହିତ ଜୋଡ଼ି ହେବେ। ଏହା ଜରିଆରେ ଆଦିବାସୀ ଐତିହକୁ ସଂରକ୍ଷିତ ତଥା ପ୍ରୋତ୍ସାହିତ କରିବା ପାଇଁ ବିଦ୍ୟାଳୟ ପରିବେଶକୁ ନବୀକରଣ ଅର୍ଥାତ ପୋଷଣଯୁକ୍ତ ବଗିଚାର ବିକାଶ, ସୌନ୍ଦର୍ଯ୍ୟକରଣ କରିବାକୁ ଗୁରୁତ୍ବ ଦିଆଯାଇଛି। ଛାତ୍ରାବାସ ପରିଚାଳନା ମଧ୍ୟ ଆଇଏସଓ ସ୍ତର ହାସଲ ହେବା ଉଚିତ। ଚତୁର୍ଥ ଟାସ୍କଫୋର୍ସ ସୁପାରିସ ଅନୁସାରେ, ଆଦର୍ଶ ବିଦ୍ୟାଳୟ ମାଧ୍ୟମରେ ଦୁର୍ଗମ ଅଞ୍ଚଳର ମେଧାବୀ ବିଦ୍ୟାର୍ଥୀ ଷଷ୍ଠ ଶ୍ରେଣୀରୁ ଦ୍ବାଦଶ ପର୍ଯ୍ୟନ୍ତ ସିବିଏସଇ ଆଧାରିତ ଇଂରାଜୀ ଶିକ୍ଷା ପ୍ରଦାନ କରାଯାଉଛି। ଏଠାରେ ନିର୍ମାଣ, ଡିଜାଇନ, ସ୍ମାର୍ଟକ୍ଲାସ, ଇ-ଲାଇବ୍ରେରି ଖେଳ ସୁବିଧା ସହିତ ଶକ୍ତିଶାଳୀ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଓଏଭି କେନ୍ଦ୍ରୀୟ ରାଜ୍ୟ ପ୍ରତିଷ୍ଠା କରିବ। ଜାତୀୟ, ଆନ୍ତର୍ଜାତୀୟ ସ୍ତରର ପ୍ରତିଷ୍ଠିତ ସଙ୍ଗଠନ, ଏନଜିଓର ସହଭାଗିତା ସ୍ଥାପନ କରିବା ଏହି ଟାସ୍କଫୋର୍ସର ଲକ୍ଷ୍ୟ ରହିଛି। ପଞ୍ଚମ ଟାସ୍କଫୋର୍ସର ସୁପାରିସ ଅନୁଯାୟୀ, ସହରୀ ବିଦ୍ୟାଳୟଗୁଡ଼ିକ ୫ଟି ରୂପାନ୍ତର କାର୍ଯ୍ୟକ୍ରମକୁ ନିଶ୍ଚିତ କରିବ। ଷଷ୍ଠ ଟାସ୍କଫୋର୍ସ ପକ୍ଷରୁ ପୁରସ୍କାର, ପ୍ରୋତ୍ସାହନ ଏବଂ ଖେଳକୁ ଗୁରୁତ୍ବ ଦେଇଛି।

ସମ୍ବନ୍ଧିତ ଖବର