ସମ୍ବଲପୁର :ବିଭିନ୍ନ ବର୍ଗର ଲୋକଙ୍କ ଭଳି ସମ୍ବଲପୁର ଜିଲ୍ଲାର ମିଲ୍ ମାଲିକମାନେ ହ୍ଵାଟସ୍ ଅଫ୍ରେ ନିଜର ଗୋଟିଏ ଗ୍ରୁପ୍ କରିଛନ୍ତି। ଗ୍ରୁପ୍ ନାମ ହେଲା ‘ରାଇସ୍ ମିଲ୍ ଏସୋସିଏସନ୍’। ଗତ ୧୩ ନିଭେମ୍ବର ଦିନ ୧୧ଟା ୩୨ରେ ଧାନ ମିଲ୍ ମାଲିକ ରମାକାନ୍ତ ଧର ଧାନ ସଂଗ୍ରହ ପରିପ୍ରେକ୍ଷୀରେ ଯୋଗାଣ ବିଭାଗ ଚୁକ୍ତି ନିମନ୍ତେ ଇଂରାଜିରେ ଏକ ମେସେଜ୍ ଦେଲେ‘ମିଲ୍ ମାଲିକମାନଙ୍କୁ ଆଜି ଚୁକ୍ତି କରିବାକୁ ଅନୁରୋଧ। ଦୟାକରି ଏହାକୁ ଗୁରୁତର ସହିତ ନିଅନ୍ତୁ ଏବଂ ଆଜି ହିଁ ସ୍ୱୀକୃତି ଦିଅନ୍ତୁ’। ଏହାର ୪ ମିନିଟ୍ ପରେ ୧୧ଟା ୩୬ରେ ରମାକାନ୍ତ ଧର ଆଉ ମେସେଜ୍ ଦେଲେ ‘ମିଲ୍ ମାଲିକମାନେ ଆଗୁଆ ଧାନ କିଣି ନିଜ ମିଲ୍ରେ ରଖିଥିବା ସଂକ୍ରାନ୍ତରେ ଯାଂଚ କରିବା ପାଇଁ ସମ୍ବଲପୁର ଜିଲ୍ଲାପାଳ ତାଙ୍କ ଅଫିସରମାନଙ୍କୁ ପଠାଉଛନ୍ତି। ତେଣୁ ସତର୍କ ରହନ୍ତୁ।’ ଏହି ମେସେଜ୍ ମିଳିବା ପରେ ସନ୍ଦିପ ଅଗ୍ରଓ୍ଵାଲ, ଅମିତ ସିଂହାନିଆ-ଲକ୍ଷ୍ମୀ ଏଗ୍ରୋ, ପବନ ମା’ ତାରା ରାଇସ୍ ମିଲ୍ ନାମରେ ଉକ୍ତ ମୋବାଇଲ ଫୋନ୍ ନାମ ସଂରକ୍ଷିତ ରହିଥିବା ଧାନ ମିଲ୍ ମାଲିକ ସେମାନଙ୍କ ପ୍ରତିକ୍ରିୟା ଦେଇ ଉକ୍ତ ହ୍ଵାଟ୍ସ ଅଫ୍ ମେସେଜରୁ ଜଣାପଡ଼ିଛି। କିଏ ‘ଯୋଡ଼ାହାତ’ର ଫଟୋ ଦେଇ ତ ଆଉ କିଏ ‘ଥମ୍ବସ୍ ଅଫ୍’ ଚିହ୍ନ ଦେଇ ଏହି ସୂଚନାଦାତାଙ୍କୁ ଧନ୍ୟବାଦ ଜଣେଇ ଥିଲେ। ଜିଲ୍ଲାପାଳଙ୍କ ଦ୍ୱାରା ଗଠିିତ ଟିମ୍ ମିଲ୍ ଉପରେ ଚଢ଼ଉ କରିବା ପୂର୍ବରୁ ଧାନ ମିଲ୍ ମାଲିକଙ୍କ ପାଖକୁ ସୂଚନା ମିଳି ଯାଇଥିଲା। ସମ୍ଭବତଃ ଆଉ ଏହି ସୂଚନା ମିଳିବା ପରେ ମିଲ୍ ମାଲିକମାନେ ନିଜ ନିଜ ମିଲ୍ରୁ ଧାନ ବାହାର କରିବା କାର୍ଯ୍ୟରେ ଲାଗି ପଡ଼ିଥିବା କୁହାଯାଉଛି। ସମ୍ବଲପୁର ଜିଲ୍ଲାରେ ୨୧ଟି ଧାନ ମିଲ୍ରେ ଆଗୁଆ ଧାନ ରଖାଯାଇଥିବା ନେଇ ଗଚ୍ଛିତ ହୋଇଥିବା ଅଭିଯୋଗ ହୋଇଥିବା ସୂତ୍ର କହୁଛି। ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ ମିଲ ମାଲିକଙ୍କ ଓ୍ଵାଟ୍ସ ଅପ୍ରେ ଏ ନେଇ ଆଗୁଆ ସୂଚନା ଦେବାରୁ ଅନେକ ମିଲ ମାଲିକ ବର୍ତ୍ତି ଯାଇଥିବା କୁହାଯାଉଛି।
ମିଲ୍ରୁ ଆଗୁଆ ଧାନ ଜବତ ପ୍ରସଂଗ : ଚଢ଼ଉ ପୂର୍ବରୁ ମିଲ ମାଲିକଙ୍କୁ ଆଗୁଆ ସୂଚନା
/sambad/media/post_attachments/wp-content/uploads/2017/11/paddy-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)