ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ ଧାବକଙ୍କ ପରଲୋକ

Advertisment
ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ ଧାବକଙ୍କ ପରଲୋକ

ରାଉରକେଲା: ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ଧାବକ ଡା. ସତୀକାନ୍ତ ଘୋଷଙ୍କ ପରଲୋକ ଘଟିଛି। ଗତ ୯ ତାରିଖ ରାତି ପ୍ରାୟ ୧୨.୩୦ରେ ତାଙ୍କର ଦେହାନ୍ତ ହୋଇଥିଲା। ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ପୂର୍ବରୁ ତାଙ୍କର ପତ୍ନୀ ଓ ଏକମାତ୍ର ପୁଅର ମୃତ୍ୟୁ ହୋଇସାରିଛି।

ଡା. ଘୋଷ ୧୯୫୪ ମସିହାରେ ଫିଲିଫିନ୍ସର ମାନିଲାରେ ଆୟୋଜିତ ଏସୀୟ କ୍ରୀଡ଼ାରେ ଭାଗନେଇଥିଲେ। ଯଦିଓ ଏଥିରେ ତାଙ୍କୁ ପଦକ ମିଳିନଥିଲା, ତଥାପି ସେ ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ ଧାବକ ହେବାର ଖ୍ୟାତି ଅର୍ଜନ କରିଥିଲେ। ତେବେ ୧୯୬୩ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତି ନୂଆ ରେକର୍ଡ କରିଥିଲେ। ଉଚ୍ଚଶିକ୍ଷା ପାଇଁ ଲଣ୍ଡନ ଯିବା ପରେ ସେ କ୍ରୀଡ଼ାଜଗତରୁ ଦୁରେଇ ଯାଇଥିଲେ। ରାଉରକେଲାରେ ସେ ଡାକ୍ତରୀ ଜୀବନ ବିତାଇଥିଲେ। ଅବସର ପରେ ମଧ ସେ ବିଭିନ୍ନ ସଂଗଠନ ସହି ଜଡ଼ିତ ରହି ସମାଜସେବାମୂଳକ କାର୍ଯ୍ୟରେ ନିଜକୁ ବ୍ରତୀ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe