ରାଜ୍ୟର ପ୍ରଥମ କିନ୍ନର ପାଇଲେ ପାସ୍‌ପୋର୍ଟ, ବିଦେଶ ଭ୍ରମଣ କରିବେ ସାଧନା!

ଭୁବନେଶ୍ୱର: ରାଜ୍ୟର ପ୍ରଥମ କରି ଆଂଚଳିକ ପାସପୋର୍ଟ କାର୍ଯ୍ୟାଳୟ କିନ୍ନର ସାଧନା ମିଶ୍ରଙ୍କୁ ପାସପୋର୍ଟ ଇସୁ କରିଛି। ପୂର୍ବରୁ ମହିଳା ଓ ପୁରୁଷଙ୍କୁ ପାସପୋର୍ଟ ପ୍ରଦାନର ବ୍ୟବସ୍ଥା ଥିବା ବେଳେ ରାଜ୍ୟରେ ଏହା ହେଉଛି ପ୍ରଥମ ଘଟଣା। ତେବେ କିନ୍ନରମାନଙ୍କୁ ସାମାଜିକ ତଥା ମୌଳିକ ଅଧିକାରକୁ ନେଇ ସୁପ୍ରମକୋର୍ଟ ବିଭିନ୍ନ ରାୟ ଶୁଣାଇଥିବା ବେଳେ ପାସପୋର୍ଟ ଭଳି ଏକ ଜରୁରୀ ପରିଚୟ ପତ୍ର କିନ୍ନମାନଙ୍କ ପାଇଁ ମନବଳ ବଢାଇବ ବୋଲି ଜଣାପଡିଛି।

ସୂଚନା ମୁତାବକ, ସାଧନା ମିଶ୍ର ହେଉଛନ୍ତି ଓଡିଶାର ପ୍ରଥମ ଟ୍ରାନ୍‌ସଜେଣ୍ଡର, ଯାହାଙ୍କୁ ଟ୍ରାନ୍‌ସଜେଣ୍ଡର ଆଧାରରେ ପାସପୋର୍ଟ ମିଳିଛି। ସୁପ୍ରିମକୋର୍ଟର ନିଷ୍ପତ୍ତିି ପରେ ପାସପୋର୍ଟ ପାଇଁ ଆବେଦନ ପତ୍ରରେ ଲିଙ୍ଗ ବର୍ଗରେ ମହିଳା, ପୁରୁଷ ସହିତ ଟ୍ରାନ୍‌ସଜେଣ୍ଡରକୁ ସାମିଲ କରାଯାଇଛି।

ଏଠାରେ ଆମେ କହି ରଖୁଛୁ କି, ସାଧନା ମିଶ୍ର କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ ସୋସିଆଲ ସାଇନ୍‌ସରେ ସ୍ପେସାଲ ଅଫିସର ଡେଭଲପମେଂଟ ପଦବିରେ କାର୍ଯ୍ୟରତ ଅଛନ୍ତି। ଏହି ସଂସ୍ଥାରେ ପାଖାପାଖି ୨୫ ହଜାରରୁ ଅଧିକ ଆଦିବାସୀ ପିଲାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରାଯାଏ। ତେବେ ଆଂଚଳିକ ପାସପୋର୍ଟ କେନ୍ଦ୍ରର ନିର୍ଦ୍ଦେଶକ ଦିଗବିଜୟ ଗିରିଙ୍କ ସୂଚନା ମୁତାବକ, ରାଜ୍ୟର ଏପ୍ରକାରର ଘଟଣା ହେଉଛି ପ୍ରଥମ। ଏହାପୂର୍ବରୁ ତଥା ୨୦୧୫ରେ ମହାରାଷ୍ଟ୍ରର ଜଣେ ସମାଜସେବୀ କିନ୍ନରଙ୍କୁ ପାସପୋଟର୍ଟ ମିଳିଥିଲା।

ସମ୍ବନ୍ଧିତ ଖବର