ଲୋକସଭା ପ୍ରଫେସନାଲ୍‌ସ କଂଗ୍ରେସର ପ୍ରଥମ ବୈଠକ : କେନ୍ଦ୍ର କୃଷି ଆଇନକୁ ବୈଠକରେ କଡ଼ା ବିରୋଧ

ଭୁବନେଶ୍ବର : ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଭୁବନେଶ୍ବର ଲୋକସଭା ପ୍ରଫେସନାଲ୍‌ସ କଂଗ୍ରେସର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ମିତ୍ରଭାନୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ କୃଷକମାନଙ୍କ ଦୁର୍ବାର ଆନ୍ଦୋଳନକୁ ସମର୍ଥନ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତିମାନେ ଏହି ବୈଠକରେ ଯୋଗଦେଇ ଆଗାମୀ ଦିନରେ ସଂଗଠନର କାର୍ଯ୍ୟକ୍ରମ ଖସଡ଼ା ନେଇ ଆଲୋଚନା କରିଥିଲେ। ଦେଶରେ ମୋଦୀ ଓ ରାଜ୍ୟରେ ନବୀନ ସରକାରଙ୍କ ଭ୍ରଷ୍ଟାଚାର, ଦୁର୍ନୀତି ଓ କୁଶାସନ ବିରୋଧରେ ଜନମତ ସୃଷ୍ଟି କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, ଏଆଇପିସିର ରାଜ୍ୟ ସମ୍ପାଦିକା ମନିଷା ନନ୍ଦ, ରାଜ୍ୟ ସଂଯୋଜକ ରଞ୍ଜିତ କୁମାର ମହାନ୍ତି, ଶାଶ୍ବତ ମହାନ୍ତି, ଜିଲ୍ଲା କଂଗ୍ରେସ ଲିଗାଲ୍‌ ସେଲ୍‌ ଅଧ୍ୟକ୍ଷ ମନୋଜ ନାୟକଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ନେତା ଓ ବ୍ଲକ କଂଗ୍ରେସ କମିଟି ସଭାପତିମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର