ଭୁବନେଶ୍ବର : ଆସନ୍ତା ଏପ୍ରିଲ ୧୧ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ୪ ଲୋକସଭା ଓ ୨୮ଟି ବିଧାନସଭାରୁ ମୋଟ ୨୧୭ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିବେ। ଏହି ନିର୍ବାଚନରେ ମୋଟ ୬୦ ଲକ୍ଷ ୩ ହଜାର ୭୦୭ଜଣ ଭୋଟର ମତଦାନ କରିବେ। ଏହି ପର୍ଯ୍ୟାୟ‌େର ୪ଟି ଲୋକସଭା ଯଥା: କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଏବଂ ଏସବୁ ଆସନ ସହିତ ସଂଯୁକ୍ତ ୨୮ଟି ବିଧାନସଭା ପାଇଁ ନିର୍ବାଚନ ହେବ। ଲୋକସଭା ଆସନଗୁଡ଼ିକରେ ୨୬ଜଣ ଏବଂ ବିଧାନସଭା ଆସନଗୁଡ଼ିକରେ ୧୯୧ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଲୋକସଭା ଆସନରେ ୧୨ଜଣ ଜାତୀୟ ରାଜନୈତିକ ଦଳର ପ୍ରାର୍ଥୀ ହୋଇଥିବା ବେଳେ ୪ଜଣ ରାଜ୍ୟସ୍ତରୀୟ ଦଳ, ୭ଜଣ ଅନ୍ୟାନ୍ୟ ଦଳ ଓ ୩ ଜଣ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଓହ୍ଳାଇଛନ୍ତି।

Advertisment

ଏହି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୨୩୩ ବୁଥ୍‌ରେ ୨୯ ଲକ୍ଷ ୭୨ ହଜାର ୯୨୫ଜଣ ପୁରୁଷ ଭୋଟର, ୩୦ ଲକ୍ଷ ୩୦ ହଜାର ୨୨୨ ଜଣ ମହିଳା ଭୋଟର ଓ ୫୬୦ଜଣ ତୃତୀୟ ଲିଙ୍ଗ ଭୋଟରଙ୍କୁ ମିଶାଇ ମୋଟ ୬୦ ଲକ୍ଷ ୩ ହଜାର ୭୦୭ଜଣ ମତଦାତା ଭୋଟ ଦେବେ।