ସର୍ବାଧିକ ସଂଖ୍ୟକ ‘ଆଭା’ ଆଇଡି ପାଇଁ ଓଡ଼ିଶାକୁ ପ୍ରଥମ ପୁରସ୍କାର

ଭୁବନେଶ୍ବର : ଓଡ଼ିଶାରେ ସର୍ବାଧିକ ସଂଖ୍ୟକ ଆୟୁଷ୍ମାନ ଭାରତ ହେଲ୍‌ଥ ଆକାଉଣ୍ଟ ବା ‘ଆଭା’ ଆଇଡି ଖୋଲାଯିବା ନେଇ ଓଡ଼ିଶାକୁ ପ୍ରଥମ ପୁରସ୍କାର ମିଳିଛି। ଆଜି ବାରାଣାସୀରେ ସାର୍ବଜନୀନ ସ୍ବାସ୍ଥ୍ୟ କଭରେଜ୍ ଦିବସ ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ରାଜ୍ୟ ଜାତୀୟ ସ୍ବାସ୍ଥ୍ୟ ମିସନର ନିର୍ଦେଶିକା ଡା. ବୃନ୍ଦା.ଡିଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର ଉପସ୍ଥିତ ଥିଲେ।

କେନ୍ଦ୍ର ସରକାର ୨୧.୯ ଲକ୍ଷ ‘ଆଭା’ ଆଇଡି ଖୋଲିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଓଡ଼ିଶାରେ ୪୩,୬୧,୮୯୫ ଆକାଉଣ୍ଟ ଖୋଲାଯାଇଛି। ଏନ୍‌ସିଡି ପୋର୍ଟାଲ, ଆରସିଏଚ୍‌, ଇ-ସଞ୍ଜୀବନୀ, ପିଏମ୍‌ଏନ୍‌ଡିପି, ନିକ୍ଷୟ ପୋର୍ଟାଲ(ଏନ୍‌ଟିଇପି) ଜରିଆରେ ଏହି ଆକାଉଣ୍ଟ ଖୋଲାଯାଇଛି। ଯାହାଫଳରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରିଥିଲା। ମ୍ୟାନେଜମେଣ୍ଟ ଇନଫରମେସନ୍ ସିଷ୍ଟମ୍(ଏମ୍‌ଆଇଏସ୍‌) ଅଭିଯାନ ଜରିଆରେ ଆଇଡି ଖୋଲିବା କାର୍ଯ୍ୟ ତ୍ବରାନ୍ବିତ ହୋଇଥିଲା। ଭଦ୍ରକ, ଯାଜପୁର, କଟକ, ଗଞ୍ଜାମ, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ବାଲେଶ୍ବର, ପୁରୀ ଓ କେନ୍ଦୁଝର ଦେଶର ଶ୍ରେଷ୍ଠ ୧୦ଟି ଜିଲ୍ଲାରେ ସ୍ଥାନ ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର