ଜୟପାଟଣା: ମେଟିକ୍ସ ଫର୍ଟିଲାଇଜରସ ଆଣ୍ଡ୍ କେମିକାଲସ୍ ଲିମିଟେଡ୍ ଦ୍ୱାରା ନିର୍ମିତ ଡ. ଫସଲ ୟୁରିଆର ପ୍ରଥମ ରେକ୍ କଳାହାଣ୍ଡି ଜିଲ୍ଲାରେ ପହଞ୍ଚିଛି। ଅନେକ ସମୟରେ ଚାଷୀଙ୍କୁ ଆବଶ୍ୟକ ମୁତାବକ ୟୁରିଆ ଯୋଗାଣ ହୋଇପାରୁ ନଥିଲା। ଡ. ଫସଲ ୟୁରିଆ ପଦାର୍ପଣ କଲାପରେ କଳାହାଣ୍ଡି ଚାଷୀଙ୍କ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅନେକ ପରିମାଣରେ ସହାୟକ ହେବ ବୋଲି କୃଷିବିଭାଗ ସୂତ୍ରରୁ ପ୍ରକାଶ। ପ୍ରଥମ ରେକ୍ରେ ୨୦୨୦ ମେଟ୍ରିକ୍ ଟନ୍ ୟୁରିଆ ପହଞ୍ଚିଛି ବୋଲି କମ୍ପାନିର ଡେପୁଟି ସେଲସ୍ ମ୍ୟାନେଜର ରମାନନ୍ଦ କୁମାର ପ୍ରକାଶ କରିଛନ୍ତି।
କମ୍ପାନିର ଶେଷଦେବ ଦାସ, ହୋଲସେଲ୍ ଡିଲର ଜୟଦୁର୍ଗା ଏଗ୍ରୋ ସେଲସ୍ ସେଣ୍ଟରର ବିକାଶ ଅଗ୍ରୱାଲ, ଆରକେ ଏଗ୍ରୋ ସେଲସ୍ର ସନ୍ଦୀପ ଅଗ୍ରୱାଲଙ୍କ ସମେତ ୧୦ରୁ ଅଧିକ ଖୁଚୁରା ବିକ୍ରେତା ଓ ଚାଷୀ ଉପସ୍ଥିତ ଥିଲେ। ରେକ୍ ପହଞ୍ଚିବା ପରେ ପୂଜାଅର୍ଚ୍ଚନା କରି ବିଭିନ୍ନ ସ୍ଥାନକୁ ପଠାଯାଇଛି।