ଭୁବନେଶ୍ୱର : କାର୍ଗୋ ଟ୍ରାଫିକ୍ କ୍ଷମତା ଓ ଶିଳ୍ପର ଚାହିଦା ଆଧାରରେ ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ଡିଭିଜନ୍ ଅଧୀନରେ ଜିସିସିପି ସାଇଡିଂ, ପାରାଦୀପଠାରେ କଣ୍ଟେନର କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ ଦ୍ୱାରା ପ୍ରଥମ ଗତି ଶକ୍ତି ମଲ୍ଟି-ମୋଡାଲ କାର୍ଗୋ ଟର୍ମିନାଲ(ଜିସିଟି) ସ୍ଥାପନ ହୋଇଛି।
ପ୍ରଥମ ଗତି ଶକ୍ତି ମଲ୍ଟି-ମୋଡାଲ କାର୍ଗୋ ଟର୍ମିନାଲ ଅଧୀନରେ ଜିସିସିପି ସାଇଡିଂରୁ ଇଣ୍ଡିଆନ୍ ଫାର୍ମର୍ସ ଫର୍ଟିଲାଇଜର କର୍ପୋରେସନ(ଇଫ୍କୋ) ଦ୍ୱାରା ପ୍ରଥମ ରେକ୍ ଲୋଡ୍ କରାଯାଇଥିଲା। ପାରାଦୀପଠାରୁ ଉତ୍ତରପ୍ରଦେଶର ନାକାହ ଜଙ୍ଗଲ ପର୍ଯ୍ୟନ୍ତ ୩୭୭୪ଟନ୍ ସାର ପରିବହନ କରାଯାଇଛି। ଏଥିପାଇଁ ଖୋର୍ଦ୍ଧାରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକ ରିଙ୍କେଶ ରଏ ଆଜି ଅଧିକାରୀ ଏବଂ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।