ପୁରୀ ସହର ହେଉଛି ୨୪ଘଣ୍ଟିଆ ଜଳ ଯୋଗାଣ ପ୍ରଣାଳୀର ଏକ ଜୀବନ୍ତ ପ୍ରୟୋଗଶାଳା: ଡି. ଥରା

୨୪x୭ ଜଳ ଯୋଗାଣ ପ୍ରଣାଳୀ ସମ୍ପର୍କିତ ପ୍ରଥମ ଆଞ୍ଚଳିକ କର୍ମଶାଳା

ଭୁବନେଶ୍ୱର/ପୁରୀ: ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ନଗର କାର୍ଯ୍ୟ ମନ୍ତ୍ରାଳୟ ପକ୍ଷରୁ ଗତ ୨୯ ଓ ୩୦ ତାରିଖରେ ପୁରୀରେ ଦୁଇ ଦିନିଆ ୨୪ଘଣ୍ଟିଆ ଜଳ ଯୋଗାଣ ବ୍ୟବସ୍ଥା ସମ୍ପର୍କିତ ପ୍ରଥମ ଆଞ୍ଚଳିକ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ୯ଟି ରାଜ୍ୟରୁ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀ ସମେତକେନ୍ଦ୍ରୀୟ ଜନସ୍ୱାସ୍ଥ୍ୟ ଓ ପରିବେଶ ଇଞ୍ଜିନିୟରିଂ ସଂଗଠନ (ସିପିଏଚଇଇଓ) ଏବଂ ୨୪ଘଣ୍ଟିଆ ଜଳ ଯୋଗାଣ ପକ୍ରିୟାର ଜାତୀୟ ଟାସ୍କ ଫୋର୍ସ ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ।

ସମାବେଶକୁ ସମ୍ବୋଧିତ କରିବା ଅବସରରେ ଗୃହ ନିର୍ମାଣ ଓ ନଗର କାର୍ଯ୍ୟ ମନ୍ତ୍ରାଳୟର ମିଶନ ନିର୍ଦ୍ଦେଶକ ଡି. ଥରା ଉଲ୍ଲେଖ କରିଛନ୍ତି ଯେ ‘ପୁରୀ ସହର ହେଉଛି ୨୪ଘଣ୍ଟିଆ ଜଳ ଯୋଗାଣ ପ୍ରଣାଳୀର ଏକ ଜୀବନ୍ତ ପ୍ରୟୋଗଶାଳା। ସମଗ୍ର ଦେଶରେ ଡ୍ରିଂକ ଫ୍ରମ ଟ୍ଯାପ ମାନର ପାନୀୟଜଳଯୋଗାଣ ବ୍ୟବସ୍ଥା ଆରମ୍ଭ କରିବାରେ ପୁରୀ ହେଉଛି ପ୍ରଥମ ସହର, ଯେଉଁଠାରେ ଡ୍ରିଂକ ଫ୍ରମ ଟ୍ଯାପ ମାନର ଗୁଣାତ୍ମକ ପାନୀୟ ଜଳ ୨.୫ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହାର ସମସ୍ତ ୩୩,୩୦୦ ପରିବାରକୁ ଯୋଗାଇ ଦିଆଯାଉଛି ଏହା ସହିତ ବାର୍ଷିକ ୨୦ ନିୟୁତରୁ ଅଧିକ ତୀର୍ଥଯାତ୍ରୀ ମଧ୍ୟ ଏହି ଯୋଜନା’ ମାଧ୍ୟମରେ ଲାଭବାନ ହୋଇପାରୁଛନ୍ତି। ରାଜ୍ୟରେ ଅନ୍ୟ ସହରରେ ଏହି ପ୍ରଣାଳୀକୁ ଅନୁସରଣ କରିବା ପାଇଁ ଆମେ ଏହି ପ୍ରକ୍ରିୟାରୁ ଶିଖିବା ଉଚିତ୍|’

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତବର୍ଷ ଅକ୍ଟୋବର ୧୫ରେ ଅମୃତ୨.୦ ଆରମ୍ଭ କରି ସମସ୍ତ ସହରକୁ ତଥା ଦେଶର ସମସ୍ତ ସହରାଞ୍ଚଳରେ ଜଳ ଯୋଗାଣ ସେବାକୁ ସର୍ବଭାରତୀୟ ସ୍ତରରେ ପ୍ରଦାନ କରିବା ପାଇଁ ଏକ ଲକ୍ଷ୍ୟ ରଖିଛନ୍ତି। ଦେଶର ସମସ୍ତ ୫୦୦ ଅମୃତ ସହରରେ ଅତି କମରେ ଗୋଟିଏ ୱାର୍ଡ କିମ୍ବା ଗୋଟିଏ ଡିଏମଏରେ ୨୪ ଘଣ୍ଟିଆଡ୍ରିଂକ ଫ୍ରମ ଟ୍ଯାପ ମାନର ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଯୋଗାଇଦେବା ହେଉଛି ଅମୃତ ୨.୦ର ଅନ୍ଯତମ ଲକ୍ଷ|

ଏହି ଅବସରରେ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ  ଜି ମାଥୀ ଭାତନନ୍ମ ତ ଦେଇଥିଲେ। ସେ କହିଥିଲେ ଯେ ‘୨୪x୭ ପାନୀୟ ଜଳ ଯୋଗାଣ ଏକ ରକେଟ୍ ବିଜ୍ଞାନ ନୁହେଁ , ଆମର ସେବା ଯୋଗାଣରେ ଉନ୍ନତି ଆଣିବା ଏବଂ ସହରାଞ୍ଚଳରେଲୋକଙ୍କ ଜୀବନ ପଦ୍ଧତିରେ ଉନ୍ନତି ଆଣିଅର୍ଥନୀତିକୁ ପରିଚାଳନା କରିବା ବର୍ତମାନ ସମୟରର ଆବଶ୍ୟକତା ରହିଛି। ଯେହେତୁ ବିଭାଗ ଏହାର ସମଗ୍ର ସହରାଞ୍ଚଳରେ ଗୁଣାତ୍ମକ ଜଳ ଯୋଗାଣ କରିବାକୁ ପତିଶ୍ରୁତିବଦ୍ଧ ଥିବାରୁ ଏହାର ଫଳ ସ୍ୱରୂପ ଓଡିଶା ‘ଡ୍ରିଂକ ଫ୍ରମ ଟ୍ଯାପ’ ମିଶନ ଆରମ୍ଭ କରିବାରେ ସାରା ଦେଶରେ ପ୍ରଥମ ହୋଇପାରିଲା। ଏହାସହ ପ୍ରକଳ୍ପର ସଫଳ ରୂପାୟନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ବହୁତ ସହଯୋଗ କରିଥିଲେ।’

ସହରାଞ୍ଚଳରେ ସମସ୍ତ ଘରେ ଗୁଣାତ୍ମକ ପାନୀୟ ଜଳ ଯୋଗାଇବା ଦେବା ପାଇଁ‘ସୁଜଳ’ ନାମକ ‘ଡ୍ରିଂକ ଫ୍ରମ ଟ୍ଯାପ’ ମିଶନ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ୨୦୨୦ ଅକ୍ଟୋବର ୧୩ ତାରିଖରେ ଆରମ୍ଭ ହୋଇଥିଲା। ଏହି ମିଶନ ହେଉଛି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ୱାଟର କର୍ପୋରେସନ୍ ଅଫ୍ ଓଡିଶା (ୱାଟକୋ) ଦ୍ୱାରା ଆରମ୍ଭ କରାଯାଇଥିବା ଏକ ପ୍ରମୁଖ ପଦକ୍ଷେପ। ପରେ ୨୦୨୧ ଜୁଲାଇ ୨୬ରେ ମୁଖ୍ୟମନ୍ତ୍ରୀ ପୁରୀ ସହରକୁ ୨୪ ଘଣ୍ଟା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଯୋଗାଇଦେଉଥିବା ପ୍ରଥମ ଭାରତୀୟ ସହର ଭାବରେ ଘୋଷଣା କରିଥିଲେ।

ଏହି ଦୁଇ ଦିନିଆ କର୍ମଶାଳାର ଲକ୍ଷ୍ୟ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଆନ୍ଧ୍ରପ୍ରଦେଶ, ଆସାମ, କର୍ଣ୍ଣାଟକ, କେରଳ, ଓଡିଶା, ସିକ୍କିମ, ତାମିଲନାଡୁ, ତେଲେଙ୍ଗାନା ଏବଂ ଅଂଶଗ୍ରହଣକାରୀ ରାଜ୍ୟରୁ ଜାତୀୟ ଟାସ୍କ ଫୋର୍ସ ସଦସ୍ୟ ତଥା ରାଜ୍ୟ ଟାସ୍କ ଫୋର୍ସର ସଦସ୍ୟଙ୍କ ମଧ୍ୟରେ ଅର୍ଥପୂର୍ଣ୍ଣ ଯୋଗାଯୋଗ ରହିଥିଲା। ଏହାସହ ଜ୍ଞାନର ବିସ୍ତାର ଏବଂ ମଧ୍ୟବର୍ତ୍ତୀ ଜଳ ଯୋଗାଣକୁ୨୪x୭ ଜଳ ଯୋଗାଣ ପ୍ରଣାଳୀରେ ପରିଣତ କରିବା ପାଇଁ ରାଜ୍ୟ ଏବଂ ସହରଗୁଡିକୁ ହ୍ୟାଣ୍ଡହୋଲ୍ଡିଂ ସହାୟତା ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା। ଏହାବ୍ଯତୀତ ଅଂଶଗ୍ରହଣକାରୀଙ୍କୁ୨୪x୭ ଜଳ ଯୋଗାଣ ପ୍ରଣାଳୀର କାର୍ଯ୍ୟ ଏବଂ ରକ୍ଷଣାବେକ୍ଷଣ ପ୍ରକ୍ରିୟା, ସ୍ମାର୍ଟ ଜଳ ପରିଚାଳନା ଏବଂ ସ୍ଥାୟୀ ସହରାଞ୍ଚଳ ଜଳ ଯୋଗାଣ ପରିଚାଳନା ପାଇଁ ‘ଜଳସାଥୀ’ଙ୍କଗୋଷ୍ଠୀ ସହଭାଗୀତାର ଗୁରୁତ୍ୱକୁ ବୁଝାଇବା ପାଇଁ ପୁରୀର କ୍ଷେତ୍ର ପରିଦର୍ଶନ କରାଯାଇଥିଲା|

ସମ୍ବନ୍ଧିତ ଖବର