କଟକ : ରାଜ୍ୟ ଖାଉଟି ବିବାଦ ସମାଧାନ କମିସନଙ୍କ ନିର୍ଦ୍ଦେଶ ପରେ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ତରଫରୁ ଏଲଏଲ.ବି. ପ୍ରଥମ ସେମିଷ୍ଟର ପରୀକ୍ଷା ସ୍ଥଗିତ ରଖାଯାଇଛି। ତିନି ବର୍ଷିଆ ଏଲଏଲ.ବି. ପ୍ରଥମ ସେମିଷ୍ଟରର ସମସ୍ତ ପରୀକ୍ଷା ଓ ଚାଲିଥିବା ପାଞ୍ଚ ବର୍ଷିଆ ବି.ଏ.ଏଲଏଲ.ବି.(ସମ୍ମାନ) ପ୍ରଥମ ସେମିଷ୍ଟର ପରୀକ୍ଷା ବର୍ତ୍ତମାନ ପାଇଁ ସ୍ଥଗିତ ରଖାଗଲା ବୋଲି ଆଜି ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ସବୁ ପରୀକ୍ଷା ସ୍ଥଗିତ ରଖାଯାଇଛି ବୋଲି କୁହାଯାଇଛି। ଖାଉଟି କମିସନଙ୍କ ନିର୍ଦ୍ଦେଶ ପରେ ପରୀକ୍ଷା ସ୍ଥଗିତ ରଖାଯାଇଥିବା ନେଇ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ପକ୍ଷରୁ ତିନି ବର୍ଷିଆ ଓ ପାଞ୍ଚ ବର୍ଷିଆ ଏଲଏଲ.ବି. ପ୍ରଥମ ସେମିଷ୍ଟର ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ଭଦ୍ରକ ଆଇନ କଲେଜର ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ୟ ଏକ କଲେଜରେ ପରୀକ୍ଷା କେନ୍ଦ୍ର କରାଯାଇଥିବା ନେଇ ବିଜ୍ଞପ୍ତିରୁ ସ୍ପଷ୍ଟ ହୋଇଥିଲା। ବିଶ୍ବବିଦ୍ୟାଳୟର ଏଭଳି ନିଷ୍ପତ୍ତିକୁ ବିରୋଧ କରି କେତେକ ଛାତ୍ରଛାତ୍ରୀ ଖାଉଟି କମିସନଙ୍କ ଦ୍ବାରସ୍ଥ ହୋଇଥିଲେ। କମିସନ୍ ଏହି ଆବେଦନକୁ ବିଚାର ପାଇଁ ଗ୍ରହଣ କରିବା ସହିତ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/MS-LAW-UNIVERSITY-1-1.jpg)