ଭୁବନେଶ୍ୱର:ଓଡ଼ିଶା ଆକସ୍ମିକ ପାଣ୍ଠିରୁ ଅଗ୍ରୀମ ଅର୍ଥ ଭରଣା ନିମନ୍ତେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରଥମ ସ୍ୱତନ୍ତ୍ର ବ୍ୟୟ ତାଲିକା ବା ବଜେଟ୍ ଉପସ୍ଥାପନ କରିଛନ୍ତି।
ଏହି ଅତିରିକ୍ତ ବ୍ୟୟ ତାଲିକା ଗୃହରେ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ, ୨୦୧୮-୧୯ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଓଡ଼ିଶା ଆକସ୍ମିକ ପାଣ୍ଠିରୁ ୪ଟି ବିଭାଗକୁ ଦିଆଯାଇଥିବା ମୋଟ ୧୪୪୩.୧୨ କୋଟି ଟଙ୍କା ଅଗ୍ରୀମ ଭରଣା ହୋଇପାରିନାହିଁ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଅନୁକମ୍ପା ସହାୟତା ଓ ଦଙ୍ଗା ପ୍ରପୀଡ଼ିତଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ୬.୩୨ କୋଟି ଟଙ୍କାର ଅଗ୍ରୀମ ଆକସ୍ମିକ ପାଣ୍ଠିରୁ ଭରାଯାଇଥିଲା। ସେହିପରି କୃଷି ବିଭାଗ କାଳିଆ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ୧୨୪୪.୬୬ କୋଟି ଟଙ୍କା ଅଗ୍ରୀମ ନେଇଥିଲେ। ମତ୍ସ୍ୟ ଓ ପଶୁ ସଂପଦ ବିକାଶ ବିଭାଗ ଦୁଗ୍ଧ ଉତ୍ପାଦନ, ମତ୍ସ୍ୟ ଓ କୁକୁଡ଼ା ପାଳନରେ ନିୟୋଜିତ କୃଷକମାନଙ୍କୁ ଇନ୍ପୁଟ ଓ ଜୀବିକା ନିର୍ବାହ ସହାୟତା ବାବଦରେ ୨୨.୭୩ କୋଟି ଟଙ୍କା ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ୧୬୩.୪୦ କୋଟି ଟଙ୍କା ଅଗ୍ରୀମ ଆକସ୍ମିକ ପାଣ୍ଠିରୁ ନେଇଥିଲେ। ସେହିପରି ବଳକା ଅଗ୍ରୀମ ଟଙ୍କା ଭରଣା ନିମନ୍ତେ ଆଜି ୧୪୪୩ କୋଟି ଟଙ୍କାର ସ୍ୱତନ୍ତ୍ର ଅତିରିକ୍ତ ବ୍ୟୟ ତାଲିକା ଉପସ୍ଥାପନ କରାଯାଇଛି ବୋଲି ସେ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/budget1.jpg)