ଏଥର ଭିଭିପାଟ ଗଣତି ହେବ, ଓଡ଼ିଶାରେ ଭୋଟ ଗଣତି ପାଇଁ ଅଧିକ ସମୟ ଲାଗିବ : ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର : ଆସନ୍ତା ୨୩ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ଭୋଟ ଗଣତି ପାଇଁ ଭୁବନେଶ୍ୱରରେ ରିଟର୍ଣ୍ଣିଂ ଅଫିସରମାନଙ୍କୁ ଦୁଇ ଦିନ ଧରି ତାଲିମ ଦିଆଯାଉଛି । ଆଜି ୧୬ଟି ଜିଲ୍ଲାର ରିଟର୍ଣ୍ଣିଂ ଅଫିସର ତାଲିମ ନେଉଛନ୍ତି । ଗତକାଲି ୧୪ଟି ଜିଲ୍ଲାର ରିଟର୍ଣ୍ଣିଂ ଅଫିସରଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ୬ ଦିନ ଧରି ୧୫ ରୁ ୨୦ ତାରିଖ ଯାଏଁ ତାଲିମ  ଦିଆଯିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ।

ସେପଟେ ଏଥର ପ୍ରଥମ ଥର ପାଇଁ ଭିଭିପାଟରେ ଭୋଟ ଗଣତି ହେବାକୁ ଥିବା ବେଳେ ୫ଟି ବୁଥରେ ଭିଭିପାଟରେ ଗଣତି ବ୍ୟବସ୍ଥା କରାଯାଇଛି । ଏହା ସହିତ ଓଡିଶାରେ ଗଣତି ଅଧିକ ସମୟ ଲାଗିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି । ତେବେ ଆସନ୍ତା ୧୫ ତାରିଖରୁ ୧୮ ତାରିଖ ଯାଏଁ ଜିଲ୍ଲା ସ୍ତରର ନିର୍ବାଚନ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ଯେପରି ଭୋଟ ଗଣତିରେ କୌଣସି ବିଭ୍ରାଟ ନ ଘଟେ ସେନେଇ ଦୃଷ୍ଟି ରଖାଯିବ ବୋଲି  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର