ସମ୍ବଲପୁର : ବହୁପ୍ରତୀକ୍ଷିତ ହୀରାକୁଦ ରୋପ୍ ୱେର ପ୍ରଥମ ପରୀକ୍ଷଣ ରବିବାର ଶେଷ ହୋଇଛି। ରୋପ୍ ୱେର ଉପର ମୁଣ୍ଡରେ ରୋପ୍ ପ୍ରାୟ ୫ ମିମି ତଳୁଆ ହୋଇଥିବା ପରୀକ୍ଷଣରୁ ଜଣାପଡ଼ିଥିଲା। ତେବେ ସାମାନ୍ୟ ଆଡଜଷ୍ଟ ପରେ ଏହି ସମସ୍ୟା ଦୂର ହୋଇଯିବ ବୋଲି ଏହି ରୋପ୍ ୱେ ଦାୟିତ୍ବରେ ଥିବା ଓଡ଼ିଶା କନଷ୍ଟ୍ରକସନ ଲିମିଟେଡ(ଓସିସିଏଲ)ର ବରିଷ୍ଠ ଯାନ୍ତ୍ରିକ ମ୍ୟାନେଜର ଜୟନ୍ତ ଦେ’ ସୂଚନା ଦେଇଛନ୍ତି।
ରବିବାର ଅପରାହ୍ଣ ପ୍ରାୟ ୧୨ଟା ବେଳେ ଓସିସିଏଲର କର୍ମଚାରୀଙ୍କ ଉପସ୍ଥିତିରେ ଏହି ପ୍ରଥମ ପରୀକ୍ଷଣ କରାଯାଇଥିଲା। ଗୋଟିଏ କ୍ୟାବିନକୁ ରୋପ୍ ୱେରେ ଉପରକୁ ଛଡ଼ାଯାଇ କିଭଳି ଏହାର ସ୍ଥିତି ରହୁଛି, ତାହା ନିରୀକ୍ଷଣ କରାଯାଇଥିଲା। ତେବେ ଉପରମୁଣ୍ଡରେ ରୋପ୍ ସାମାନ୍ୟ ତଳୁଆ ଥିବା ଏବଂ କିଛି ଗଛର ଡାଳ ମଧ୍ୟ ବାଜୁଥିବା ଜଣାପଡ଼ିଥିଲା। ଏହି ପରୀକ୍ଷଣ ପରେ ଆହୁରି ୭ ଥର ଖାଲି କ୍ୟାବିନ ରୋପ୍ ୱେ ଦ୍ବାରା ଚଳାଯିବ। ପ୍ରାୟ ୭ ଦିନ ପରେ ସମସ୍ତ ୮ଟି ପରୀକ୍ଷଣ ଶେଷ ହେବା ପରେ ଲୋଡ୍ ଦେଇ କ୍ୟାବିନ ପଠାଯିବ। ତାହା ସଫଳ ହେଲେ କ୍ୟାବିନରେ ଓସିସିଏଲର କର୍ମଚାରୀମାନେ ବସି ଜବାହାର ଉଦ୍ୟାନଠାରୁ ଗାନ୍ଧୀ ମିନାର ଯାଏଁ ଯିବେ। ଇତିମଧ୍ୟରେ ପରିଲକ୍ଷିତ ସମସ୍ତ ସମସ୍ୟାର ସମାଧାନ କରାଯିବ। ଯଦି ସବୁ କିଛି ଠିକ୍ ଚାଲେ ତେବେ ଡିସେମ୍ବର ପହିଲା ବେଳକୁ ରୋପ୍ୱେ ଜନ ସାଧାରଣଙ୍କ ପାଇଁ ଖୋଲାଯିବାର ସମ୍ଭାବନା ରହିଛି। ବର୍ତ୍ତମାନ ପରିବହନ ବିଭାଗଠାରୁ ରୋପ୍-ୱେର ବ୍ୟବସାୟିକ ଚଳାଚଳ ପାଇଁ ଅନୁମତି ମଗାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/roap.jpg)