ଢେଙ୍କାନାଳ: ସମୟକୁ ଠିକ୍ ଭାବରେ ଉପଯୋଗ କର। ନିଷ୍ଠାର ସହ କାର୍ଯ୍ୟ କର। ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମ୍ସି) ଡିମ୍ଡ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଡ. ଅନୁପମା ଭଟ୍ଟନାଗର ଆଇଆଇଏମ୍ସି ଢେଙ୍କାନାଳ ପରିଦର୍ଶନରେ ଆସି ଶିକ୍ଷାର୍ଥୀଙ୍କୁ ଏହି ପରାମର୍ଶ ଦେଇଛନ୍ତି। ସେ ସୋମବାର ସକାଳେ ଆଇଆଇଏମ୍ସି ଅତିରିକ୍ତ ମହାନିର୍ଦ୍ଦେଶକ ଡ. ନିମିଷ ରସ୍ତୋଗୀ ଓ ଆଇଆଇଏମ୍ସି ଢେଙ୍କାନାଳ ଆଞ୍ଚଳିକ ନିର୍ଦ୍ଦେଶକ ଡ. ଆନନ୍ଦ ପ୍ରଧାନଙ୍କ ସହ ଆଇଆଇଟି ଭୁବନେଶ୍ୱର, ଏନ୍ଆଇଏଫ୍ଟି ଭୁବନେଶ୍ୱର ଯାଇ ସେଠାରେ ଶିକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।
ସନ୍ଧ୍ୟାରେ ଢେଙ୍କାନାଳ କ୍ୟାମ୍ପସରେ ପହଞ୍ଚିଥିଲେ। ମଙ୍ଗଳବାର ପୂର୍ବାହ୍ଣରେ ସେ ସଂସ୍ଥାନରେ ଚାଲିଥିବା ଭିତ୍ତିଭୂମିର ଉନ୍ନତୀକରଣ କାର୍ଯ୍ୟ ଦେଖିଥିଲେ। ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀଙ୍କ ସହ ସ୍ୱତନ୍ତ୍ର ଭାବେ ଆଲୋଚନା କରି ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଶିକ୍ଷାର୍ଥୀଙ୍କ ସହ କଥା ହେବା ବେଳେ ସେ କହିଛନ୍ତି, ନୂଆ ବିଷୟରେ ଜାଣିବାର ଆଗ୍ରହ ବଢ଼ାଅ। ନୂଆ କଥା ଶିଖ ଓ ତାକୁ ଯୋଗାଯୋଗ ଓ ସାମ୍ବାଦିକତାର ବିଭିନ୍ନ କ୍ଷେତ୍ରରେ ପ୍ରୟୋଗ କରିବାକୁ ପ୍ରୟାସ କର। ସବୁଠୁ ବଡ଼ କଥା ହେଉଛି ସାଧନା। ଅଧିକରୁ ଅଧିକ ଅଭ୍ୟାସ କରିବାକୁ ହେବ। ଏବେଠୁ ବିଭିନ୍ନ ବିଷୟରେ ଅଧ୍ୟୟନ କରି ସେ ସମ୍ପର୍କରେ ଲେଖିବା ସହ ଦୃଶ୍ୟ-ଶ୍ରାବ୍ୟ ବିଷୟବସ୍ତୁ ପ୍ରସ୍ତୁତ କରିବା ଦରକାର ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/21/mY6rxBkxrsF9qWA5IvTy.jpg)