ଭୁବନେଶ୍ବର: ଜାତୀୟ ଶିକ୍ଷା ନୀତିର ପ୍ରଥମ ବର୍ଷ ପୂର୍ତ୍ତି ଉପଲବ୍ଧି ସମ୍ବନ୍ଧିତ ଏକ ପୁସ୍ତକ ଏବଂ ଜାତୀୟ ଶିକ୍ଷା ନୀତି ଅଧୀନରେ ଏନ୍‌ସିଇଆରଟି ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ ୪ଟି ନୂଆ ଉପକ୍ରମକୁ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାମାଜିକ ନ୍ୟାୟ ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ବିଜେନ୍ଦ୍ର କୁମାର ଲୋକାର୍ପିତ କରିଛନ୍ତି।

Advertisment

ଏହି ଲୋକାର୍ପଣ ଉତ୍ସବରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଶିକ୍ଷା ହେଉଛି ଜ୍ଞାନ, ଚରିତ୍ର ଏବଂ ରାଷ୍ଟ୍ର ନିର୍ମାଣର ସର୍ବୋତ୍କୃଷ୍ଟ ମାଧ୍ୟମ । ଶିକ୍ଷା କେବଳ ଡିଗ୍ରି ପାଇବା ପାଇଁ ଏକ ପ୍ରତିଯୋଗିତା ନୁହେଁ । ଶିକ୍ଷା ହେଉଛି ଜ୍ଞାନ ମାଧ୍ୟମରେ ଚରିତ୍ର ନିର୍ମାଣ ଏବଂ ଚରିତ୍ର ନିର୍ମାଣ ମାଧ୍ୟମରେ ରାଷ୍ଟ୍ର ନିର୍ମାଣର ଏକ ମାଧ୍ୟମ। କେନ୍ଦ୍ର ମନ୍ତ୍ରୀ ଲୋକାର୍ପିତ କରିଥିବା ଚାରିଟି ଉପକ୍ରମ ହେଲା ନିପୁଣ ଭାରତ ମିସନ ଅଧୀନରେ ମୌଳିକ ସ୍ୱାକ୍ଷରତା ଏବଂ ସଂଖ୍ୟା-ଜ୍ଞାନ ପାଇଁ ‘ଇ-ସମ୍ବଳ’, ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ସଂସ୍ଥାନ(ଏନ୍‌ଆଇଏସ୍‌)-‘ଭର୍ଚୁଆଲ ସ୍କୁଲ’, ଏନସିଇଆରଟିର ‘ବୈକଳ୍ପିକ ଏକାଡେମିକ କ୍ୟାଲେଣ୍ଡର ୨୦୨୧-୨୨’ ଏବଂ ‘ପ୍ରିୟା-ଦ ଆକ୍ସେସିବିଲଟି ୱାରିୟର’ ନାମକ କମିକ୍ ବୁକ୍ ।