ମଙ୍ଗଳା ନଦୀରେ ମାଛ ମଡ଼କ ଘଟଣା: ନମୁନା ସଂଗ୍ରହ କଲା ସାଇଣ୍ଟିଫିକ୍‌ ଟିମ୍‌

ପୁରୀ : ପୁରୀ ସହର ଉପକଣ୍ଠ ଦେଇ ବହି ଯାଇଥିବା ମଙ୍ଗଳା ନଦୀରେ ମାଛ ମଡ଼କ ପରେ ଆଜି ପୁରୀ ଜିଲ୍ଲା ମତ୍ସ୍ୟ ସଂପଦ ବିଭାଗ ପକ୍ଷରୁ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ମାଛ ମୃତ୍ୟୁର କାରଣ ଅନୁସନ୍ଧାନ ଆରମ୍ଭ କରିଛନ୍ତି। ମରି ପଡ଼ିଥିବା ମାଛ ସହ ଜଳ ନମୁନା ସଂଗ୍ରହ କରିଛନ୍ତି। ଏହି ନମୁନା ସିଫାକୁ ପଠାଯିବ। ସିଫାରେ ପରୀକ୍ଷା ପରେ କାରଣ ସ୍ପଷ୍ଟ ହେବ ବୋଲି ସାଇଣ୍ଟିଫିକ୍‌ ଟିମ୍‌ କହିଛନ୍ତି। ଘଟଣାର ଅନୁସନ୍ଧାନ ପରେ ସାଇଣ୍ଟିଫିକ୍‌ ଟିମ୍‌ କହିଛନ୍ତି କି ଉଚ୍ଚ ଜୁଆର ଯୋଗୁ ଏଭଳି ହୋଇଥିବା ଅନୁମାନ କରାଯାଉଛି। ଉଚ୍ଚ ଜୁଆର ଫଳରେ ମଙ୍ଗଳା ନଦୀ ଓ ସମୁଦ୍ରର ମିଳନସ୍ଥଳ ଦେଇ ସମୁଦ୍ରର ଲୁଣିପାଣି ମଙ୍ଗଳା ନଦୀକୁ ପଶି ଆସିଛି। ଯେଉଁଥିରେ ଖଇଙ୍ଗା, ମିଞ୍ଜିଆ ଭଳି ଅନେକ ସାମୁଦ୍ରିକ ମାଛ ମଙ୍ଗଳା ନଦୀକୁ ପଶି ଆସିଛନ୍ତି। ଏହି ମାଛ ଲୁଣି ପାଣିରେ ବଞ୍ଚୁଥିବାରୁ ମଙ୍ଗଳା ନଦୀର ମଧୁର ଜଳକୁ ଆସି ମରିକି କୂଳରେ ପଡ଼ିଥିବା ଅନୁମାନ କରାଯାଉଛି ବୋଲି ସାଇଣ୍ଟିଫିକ୍‌ ଟିମ୍‌ ଅନୁମାନ କରୁଛି। ତଥାପି ସିଫାକୁ ଜଳ ନୁମନା ପଠାଯାଇଛି। ନମୁନା ପରୀକ୍ଷା ହୋଇ ଆସିବା ପରେ କାରଣ ସ୍ପଷ୍ଟ ହେବ ବୋଲି ସାଇଣ୍ଟିଫିକ୍‌ ଟିମ୍‌ କହିଛି। ଅନ୍ୟ ପଟେ ଆଜି ବି ହଜାର ହଜାର ସଂଖ୍ୟାରେ ବିଭିନ୍ନ ପ୍ରକାର ମାଛ ମଙ୍ଗଳା ନଦୀ କୂଳରେ ଲାଗିଥିବା ଦେଖିବାକୁ ମିଳିଛି। ଯାହା ଦୁର୍ଗନ୍ଧପୂର୍ଣ୍ଣ ପରିବେଶ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର