ବିଷ ପକାଇ ମାରିଦେଲେ କୁଇଣ୍ଟାଲ୍‌ କୁଇଣ୍ଟାଲ୍‌ ମାଛ 

ସୋର: ଋଣ କରି ମାଛଚାଷ କରିଥିଲେ। ପୋଖରୀରେ ମାଛ ମଧ୍ୟ ଭଲ ବଢ଼ିଥିଲେ। ହେଲେ କେହି ଦୁର୍ବୃତ୍ତ ପୋଖରୀରେ ବିଷ ପକାଇ କୁଇଣ୍ଟାଲ କୁଇଣ୍ଟାଲ ମାଛ ମାରି ଦେଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ସୋର ବ୍ଲକ୍ ଆଟ୍ଟପୁର ପଞ୍ଚାୟତ ସାରୁପଦା ଗ୍ରାମରେ। ଗ୍ରାମର ନିରଂଜନ ରାଉତ ନିଜ ପୋଖରୀରେ ବର୍ଷେ ପୂର୍ବରୁ ଉନ୍ନତ କିସମର ମାଛ ଯାଆଁଳ ଛାଡ଼ିଥିଲେ। ହେଲେ ବିକ୍ରି ପାଇଁ ସେସବୁ ଧରାଯିବା ପୂର୍ବରୁ ଆଜି ସକାଳେ ହଜାର ହଜାର ସଂଖ୍ୟାରେ ମାଛ ସହ ସାପ ଓ ଅନ୍ୟ ଜଳଚର ପ୍ରାଣୀ ପୋଖରୀରେ ମରି ଭାସୁଥିବା ଦେଖିବାକୁ ପାଇଥିଲେ। ଏଭଳି ଦୃଶ୍ୟ ଦେଖି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ନିରଞ୍ଜନ। ଏନେଇ ସେ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର