ଜଗତସିଂହପୁର : ପାରାଦ୍ୱୀପ ଗଡ଼ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ମାଛ ବୋଝେଇ ପିକଅପ୍ ଭ୍ୟାନ। ଏହାଫଳରେ ସ୍ଥାନୀୟ ଲୋକେ ଭ୍ୟାନରୁ ବାହାରି ରାସ୍ତାରେ ପଡ଼ିଥିବା ମାଛଗୁଡ଼ିକୁ ବୋହି ନେଇଥିଲେ। ପାରାଦ୍ବୀପ ମାଛଧରା ବନ୍ଦରରୁ ମାଛ ନେଇ ଦୀଘା ଯାଉଥିବା ବେଳେ ପାରାଦ୍ୱୀପ ଗଡ ନିକଟରେ ଘଟିଛି ଅଘଟଣ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ପ୍ରାପ୍ତ ସୂଚନା ଅନୁଯାୟୀ ପାରାଦ୍ୱୀପରୁ ଏକ ମାଛ ବୋଝେଇ ପିକଅପ OD 05 AK 5489 ଗାଡି ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଥିଲା। ଗାଡ଼ିରେ ପାଖାପାଖି ଚାରିଲକ୍ଷ ଟଙ୍କାର ମାଛ ଥିଲା। ରାସ୍ତାରେ ଓଲଟି ପଡିବାରୁ ଲଦା ହୋଇଥିବା ମାଛସବୁ ରାସ୍ତାରେ ବିକ୍ଷିପ୍ତ ହୋଇ ପଡ଼ିଥିବା ବେଳେ ବାଟରେ ଯାଉଥିବା ବାଟୋଇମାନେ ମାଛ ବୋହିନେବାରେ ବ୍ୟସ୍ତ ରହିଥିବାର ଦେଖିବାକୁ ମିଳିଥିଲା।
ଘଟଣାସ୍ଥଳରେ ପାରାଦ୍ୱୀପ ଲକ ପୁଲିସ ପହଞ୍ଚିବାରୁ ଲୋକମାନେ ମାଛ ନେବାରୁ ନିବୃତ ହୋଇଥିଲେ l ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ବେଳେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/fish.jpg)