ବରଗଡ଼ : ଛତିଶଗଡ଼ର ମନମୁଖୀ ବ୍ୟାରେଜ ନିର୍ମାଣ ଯୋଗୁଁ ମହାନଦୀର ସ୍ବାଭାବିକ ଜଳଜୀବନ ପ୍ରଭାବିତ ହୋଇଛି। କଲ୍‌ମା ସମେତ ଅନ୍ୟ ବ୍ୟାରେଜ୍‌ ଗେଟ୍‌ ବନ୍ଦ ଯୋଗୁଁ ପଛୁଆ ପାଣିରେ ଛତିଶଗଡ଼ ପରିପୁଷ୍ଟ ରହିଛି। ଅନ୍ୟପକ୍ଷରେ ଓଡ଼ିଶା ପଟେ ମହାନଦୀ ଟା˚ଗରା ଦେଖା ଦେଉଛି। ମହାନଦୀର ପର୍ଯ୍ୟାପ୍ତ ପଛୁଆ ପାଣି ଯୋଗୁଁ ଉପରମୁଣ୍ତରେ ଜୈବ ବିବିଧତା ଭରପୁର ରହୁଛି। ବର୍ଷତମାମ ସେଠାକାର ଲୋକେ ମାଛ ମାରି ବେଶ୍‌ ଉପାର୍ଜନ କରୁଛନ୍ତି। ସ୍ଥିତି ଏଭଳି ଯେ ସାମାନ୍ୟ ଗୋଟି ଜାଲ ପକାଇ ଲୋକେ ଘଣ୍ଟାକୁ ୫-୬ କିଲୋ ମାଛ ମାରୁଛନ୍ତି। ସେହିପରି ବିରଳ ପ୍ରଜାତିର ଚିଙ୍ଗୁଡ଼ି ମଧ୍ୟ ଉପରମୁଣ୍ତରେ ଉପଲବ୍ଧ ରହୁଛି। ମାଛଚାଷୀମାନେ ଏଗୁଡ଼ିକୁ ରାୟପୁର, ଭିଲାଇ ସମେତ ଓଡ଼ିଶା ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକୁ ରତ୍ପାନୀ କରି ବେଶ୍‌ ରୋଜଗାର କରୁଛନ୍ତି। କଲମା ଉପରମୁଣ୍ତରେ ଜଣେ ଲୋକ ଦୈନିକ ହାରାହାରି ୨୦ରୁ ୨୫ କିଲୋ ମାଛ ମାରୁଥିବା ଜଣାପଡ଼ିଛି।

Advertisment

publive-image Isha Foundation

କିନ୍ତୁ ମହାନଦୀ ତଳମୁଣ୍ତରେ ସ୍ଥିତି ପୂରା ଓଲଟା। ଜଳପ୍ରବାହ ଆଉ ସ୍ବାଭାବିକ ନଥିବାରୁ ଜଳଜୀବନ ସ˚କଟ ମଧ୍ୟରେ। ଯାହାର ନମୁନା ହୀରାକୁଦ ଜଳଭଣ୍ତାରର ଜୈବ ବିବିଧତାକୁ ଅନୁଧ୍ୟାନ କଲେ ଜଣାପଡ଼ୁଛି। ଛତିଶଗଡ଼ର ତୁହାକୁ ତୁହା ବ୍ୟାରେଜ ନିର୍ମାଣ ପରଠୁ ହୀରାକୁଦରେ ଜୈବ ବିବିଧତା ଲୋପ ପାଇଛି। ଦିନ ଥିଲା ହୀରାକୁଦ ଜଳଭଣ୍ତାରରେ ଜୈବ ବିବିଧତା ଭରି ରହିଥିଲା। ବିଭିନ୍ନ ପ୍ରଜାତିର ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ଭରି ରହିଥିଲା। ପାଣିପାଗ ଅନୁସାରେ ଅନେକ ପ୍ରଜାତିର ଜଳଜୀବ ହୀରାକୁଦ ଭଣ୍ତାରକୁ ଆସୁଥିଲେ। ହେଲେ ଉପରମୁଣ୍ତରେ ବ୍ୟାରେଜ ନିର୍ମାଣ ହେବା ପରେପରେ ଜୈବ ବିବିଧତା ହ୍ରାସ ପାଇଛି। ଅନେକ ପ୍ରଜାତି ବିଲୁପ୍ତ ହୋଇଯାଇଛନ୍ତି। ଆଉ କିଛି ବିଲୁପ୍ତ ଦ୍ବାରଦେଶରେ।

publive-image Flickr

ଗୋଟିଏ ସମୟରେ ହୀରାକୁଦ ଜଳଭଣ୍ତାରରେ ୮୬ଟି ପ୍ରଜାତିର ମାଛ ଥିବା ସର୍ଭେ ରିପୋର୍ଟ କହୁଛି। ସେଥିମଧ୍ୟରୁ ୨୪ ପ୍ରଜାତିର ମାଛ ବ୍ୟବସାୟ ପାଇଁ ଉଦ୍ଦିଷ୍ଟ ଥିଲା। ଗୋଟିଏ ଦଶନ୍ଧି ହେଲା ମାଛ ପ୍ରଜାତି ହ୍ରାସ ପାଇବାକୁ ଲାଗିଛନ୍ତି। ଅନ୍ୟପକ୍ଷରେ ମହାନଦୀ ଅବବାହିକାରେ ୧୯୫୫ ମସିହାରେ ହୋଇଥିବା ସର୍ଭେ ଅନୁସାରେ ନଦୀରେ ୧୮୩ ପ୍ରଜାତିର ମାଛ ଥିଲେ। ସେଥିମଧୢରୁ ୨୪ଟି ପ୍ରଜାତିର ବ୍ୟବସାୟିକ ମହତ୍ବ ଥିଲା। ତେବେ ୧୯୭୯ ମସିହାରେ ଏହି ସ˚ଖ୍ୟା ୬୨କୁ ଖସି ଆସିଥିବା ସର୍ଭେ ରିପୋର୍ଟରେ ଦର୍ଶାଯାଇଛି।

ବ୍ୟାରେଜ ନିର୍ମାଣ ପରଠୁ ଜଳଭଣ୍ତାରରେ ଜୈବ ବିବିଧତା ଉଦ୍‌ବେଗଜନକ ଭାବେ ହ୍ରାସ ପାଉିଛି। ମାଛ ଏବ˚ ଚିଙ୍ଗୁଡ଼ିର ବହୁ ପ୍ରଜାତି ଲୋପ ପାଇସାରିଛି। ପୂର୍ବରୁ ହୀରାକୁଦ ଜଳଭଣ୍ତାରରେ ପ୍ରତି ହେକ୍ଟର ଜଳରାଶିରେ ୬ଟନରୁ ଅଧିକ ମାଛ ରହୁଥିଲେ। ଏବେ ଅନୁପାତ ଢେର୍‌ କମିଯାଇଛି। ଏହାର ପ୍ରଭାବ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି। ମତ୍ସ୍ୟଜୀବୀମାନେ ପୂର୍ବଭଳି ପ୍ରଚୁର ମାଛ ଧରି ପାରୁନାହାନ୍ତି। ତେଣୁ ବଜାରରେ  ଆନ୍ଧ୍ରପ୍ରଦେଶରୁ ଆସୁଥିବା ମାଛର ଚାହିଦା ରହିଛି।