ରିଆମାଳ : ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍ର ରେଙ୍ଗାଳି ନଦୀବନ୍ଧରେ ଡଙ୍ଗା ବୁଡ଼ି ଧୀବର ଇନ୍ଦ୍ରମଣି ଧୀବର (୫୦)ଙ୍କ ମୃତ୍ୟୁ ହୋଇଯାଇଛି। ତେବେ ଘଟଣାର ୧୭ ଘଣ୍ଟା ପରେ ଶବ ଉଦ୍ଧାର କରାଯାଇଛି।
କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ତି ଖିଲେଇ ପଞ୍ଚାୟତ ଚୁଆଖୋଳ ଗ୍ରାମର ଇନ୍ଦ୍ରମଣି ରେଙ୍ଗାଳି ନଦୀବନ୍ଧରୁ ମାଛ ଧରି ପରିବାର ପ୍ରତିପୋଷଣ କରନ୍ତି। ଶନିବାର ଅପରାହ୍ନ ୫ଟାର ସେ ମାଛ ଧରିବାକୁ ଯାଇଥିଲେ। ମାତ୍ର ସେ ଆଉ ଘରକୁ ଫେରିନଥିଲେ। ରବିବାର ସକାଳେ ତାଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଥିଲା। ଖଇରପାଲି ଫାଣ୍ଡି ଅଧିକାରୀ ମାଗୁଣି ଗଡ଼ନାୟକ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଦିନ ଶବ ଉଦ୍ଧାର କରିଥିଲେ। ଶନିବାର ସନ୍ଧ୍ୟାରେ ପ୍ରବଳ ଝଡ଼ପବନ ହୋଇଥିଲା। ଏଥିରେ ଡଙ୍ଗାଟି କୌଣସି ଏକ ପଥରରେ ପିଟି ହୋଇ ବୁଡ଼ି ଯାଇଥିଲା। ଏଥିରେ ତାଙ୍କ ମୃତ୍ୟୁ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/598839-drown-thinkstock.jpg)