ଆଉ ଦୁଇ ଦିନ ସମୁଦ୍ର ମନା

ସ୍ଥାନାନ୍ତରିତ ହୋଇଥିଲେ ୩୧୯ ପରିବାର

ଛତ୍ରପୁର : ଗତକାଲି ମଧ୍ୟରାତ୍ରିରେ ଗୋପାଳପୁର ଛୁଇଁଥିଲା ‘ଡାଏ’। ଏହାର ପ୍ରଭାବରେ ପବନ ସାଙ୍ଗକୁ ୪୧,୧୭ମିମି ହାରରେ ମୋଟ ୯୦୫ ମିମି ବର୍ଷା ହୋଇଥିଲା ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଡାଏ ବିପଦ ଟଳିଥିଲେ ମଧ୍ୟ ପାଣିପାଗ ସୂଚନା ଆଧାରରେ ଆଉ ଦୁଇଦିନ ଧରି ମତ୍ସ୍ୟଜୀବୀ ଓ ଜନସାଧାରଣ ସମୁଦ୍ର ମଧ୍ୟକୁ ନଯିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଆଶୁ ପଦକ୍ଷେପ ସ୍ୱରୂପ ଉପକୂଳବର୍ତ୍ତୀ ବାତ୍ୟାପ୍ରବଣ ୪ଟି ବ୍ଲକର ୩୧୯ ପରିବାରର ୯୯୦ଜଣଙ୍କୁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର କରାଯାଇଥିଲା ସେମାନେ ବର୍ତ୍ତମାନ ନିଜ ଘରକୁ ଫେରିଆସିଛନ୍ତି।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ କ୍ଷେତ୍ରୀୟ ବିଭାଗକୁ ସତର୍କ କରାଯିବା ସହ ଛତ୍ରପୁର, ଚିକିଟି, ଗଞ୍ଜାମ ଓ ରଙ୍ଗେଇଲୁଣ୍ଡା ବ୍ଲକ ଉପକୂଳବର୍ତ୍ତୀ ବାତ୍ୟା ପ୍ରବଣ ଇଲାକାରୁ ୩୧୯ ପରିବାର ୯୯୦ ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ରାତିରେ ଉପକୂଳବର୍ତ୍ତୀ ବାତ୍ୟା ପ୍ରବଣ ଇଲାକା ଛତ୍ରପୁର ବ୍ଲକ ଅଗସ୍ତିନୂଆଗାଁର ୮ ପରିବାର ୨୬ ଜଣ, ନୋଳିଆନୂଆଗାଁର ୧୨ ପରିବାର ୪୪ ଜଣ, ବଡ଼ଆର୍ଯ୍ୟପଲ୍ଲୀର ୧୬ ପରିବାରର ୫୩ ଜଣ, ସାନଆର୍ଯ୍ୟପଲ୍ଲୀର ୧୪ ପରିବାରର ୪୬ ଜଣ, ହରିପୁର ୧୩ ପରିବାରର ୪୫ ଜଣ, ବନ୍ଦର ୧୮ ପରିବାରର ୬୧ ଜଣ, ଉପୁଲପୁଟିର ୧୬ ପରିବାର ୫୪ ଜଣ, କଣମଣା ୧୦ ପରିବାରର ୩୨ ଜଣ, ମାଟିଖାଲ ୧୨ ପରିବାରର ୪୪ ଜଣ ଜନସାଧାରଣଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଥିଲା। ସେହିପରି ଚିକିଟି ବ୍ଲକର ପାତିସୋନପୁର ଗ୍ରାମର ୨୮ ପରିବାରର ୮୦ ଜଣ, ରାମେୟାପାଟଣାର ୫୬ପରିବାରର ୧୭୬ ଜଣ, ଗଞ୍ଜାମ ବ୍ଲକର ପୋଡ଼ମପେଟା ୪୮ ପରିବାରର ୧୩୫ ଜଣ ଏବଂ ରଙ୍ଗେଇଲୁଣ୍ଡା ବ୍ଲକର ନୂଆ ବକ୍ସିପଲ୍ଲୀ ଗ୍ରାମର ୨୨ ପରିବାରର ୬୬ ଜଣ ଓ ଗୋପାଳପୁର ଏନ୍‌ଏସିର ୧୧ ପରିବାର ୩୪ ଜଣ ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା ।

ସମ୍ବନ୍ଧିତ ଖବର